/odishatv-khabar/media/post_attachments/uploadimage/library/16_9/16_9_0/tinder-1_1626689827.jpg)
tinder-1
ଭୁବନେଶ୍ୱର : ଟିଣ୍ଡର ଆପ୍ରେ ଡେଟିଂର ଡାର୍ଟି ଏଣ୍ଡିଂ । ଭୁବନେଶ୍ୱର ଟିଣ୍ଡର ଆପ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍। ଥାନାରେ ପରସ୍ପର ବିରୋଧୀ ୨ଟି ମାମଲା ରୁଜୁ ହୋଇଛି ।
ଯୁବତୀଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କ ପାଲଟା ଅଭିଯୋଗ କ୍ରମେ ଯୁବତୀ ଓ ତାଙ୍କ ୩ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଯୁବତୀ ଓ ପୁରୁଷ ବନ୍ଧୁଙ୍କ ବିରୋଧରେ ଅପହରଣ, ଟଙ୍କା ହଡ଼ପ ଭଳି ସଙ୍ଗୀନ ଅଭିଯୋଗ ଲାଗିଛି । ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବ।
ଟିଣ୍ଡର ଆପ୍ରେ ଫ୍ରେଣ୍ଡସିପ୍ କରି ଅପହରଣ ଓ ବ୍ଲାକମେଲିଂର ଶିକାର ହୋଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଆଣିଥିଲେ ସଂପୃକ୍ତ ବ୍ୟାଙ୍କ ଅଧିକାରୀ। ପୁଲିସ ଅଭିଯୋଗର ତଦନ୍ତ କରିବାବେଳେ ଅଭିଯୁକ୍ତ ଯୁବତୀ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ପାଲଟା ଦୁଷ୍କର୍ମ ଅଭିଯୋଗ କରିଥିଲେ । ପୁଲିସ ଦୁଇ ପକ୍ଷର ୫ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)