/odishatv-khabar/media/post_attachments/uploadimage/library/16_9/16_9_0/money-loot_1626685935.jpg)
money loot
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ। ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।
Advertisment
ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମତ ଦେଉନାହାନ୍ତି। ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୧୪ ଲକ୍ଷ ଟଙ୍କା ଆସିଲା । ଏହାପରେ ଫୁଲବାଣୀ ଏସ୍ବିଆଇର କର୍ମଚାରୀଙ୍କ ପ୍ରରୋଚନାରେ ସେ ଏହି ଟଙ୍କା ଉଠାଇ ନେଇଥିବା ଚନ୍ଦ୍ର କହିଛନ୍ତି।
ମୁଖ୍ୟକଥା ହେଉଛି, ଚନ୍ଦ୍ରଙ୍କର ଭୁବନେଶ୍ୱର ଏମ୍ସ ସହ କୌଣସି ପ୍ରକାର ସଂପର୍କ ନାହିଁ। ଏସବୁ ସତ୍ତ୍ୱେ ଚନ୍ଦ୍ରଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା କେମିତି ଆସିଲା, ସେନେଇ କେହି ମୁହଁ ଖୋଲୁନାହାନ୍ତି। ଚନ୍ଦ୍ର ଏବେ ବାହାରେ ଥିବାରୁ ଫୋନ୍ ଯୋଗେ ଘଟଣାର ସତ୍ୟତା ସ୍ୱୀକାର କରିବା ସହ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)