/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error766_1626160721.jpg)
odisha
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଅର୍ଥାତ୍ ୪୮ ଘଣ୍ଟା ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
Advertisment
ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା ହୋଇଛି। ଜୁନ୍ ୩୦ ଯାଏ ଏହି ନିୟମ ଲାଗୁ ହେବ। ଏହି ସବୁ ଜିଲ୍ଲାର ପ୍ରବେଶ ପଥ, ପ୍ରମୁଖ ସହରରେ ପୁଲିସ୍ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।
ବିନା କୌଣସି କାମରେ ଯେପରି ଲୋକେ ଘରୁ ନ ବାହାରନ୍ତି ସେ ନେଇ କଡ଼ା ନଜର ରଖାଯାଇଛି। ଅନ୍ୟପକ୍ଷରେ, ସଟ୍ଡାଉନ୍ ଘୋଷଣା ହୋଇଥିବା ଏହି ଜିଲ୍ଲା ଗୁଡ଼ିକରେ ରାସ୍ତାଘାଟ ଶୂନ୍ଶାନ୍ ଥିବା ଦେଖିବାକୁ ମିଳିଛି।
Advertisment
ଆହୁରି ମଧ୍ୟ ପଢ଼ନ୍ତୁ: ୧୧ ଜିଲ୍ଲା ସଟ୍ଡାଉନ୍- ଏହିସବୁ ସେବାକୁ ମିଳିଲା ଅନୁମତି…
Coronavirus
Shutdown
Coronavirus In Odisha
Shutdown In Odisha
News In Odia
Khabar Odisha Today
Khabar Odisha
Ltest Odia News
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)