Advertisment

କୋଠରୀ ପରେ କୋଠରୀ, ମଠରେ ରହିଛି ୧୦୦ରୁ ଅଧିକ କୋଠରୀ।  କ’ଣ ଅନ୍ୟ କୋଠରୀରେ ବି ରହିଛି ବହୁମୂଲ୍ୟ ସମ୍ପତ୍ତି

୨୦୧୦ର ଗଣତି ଅନୁସାରେ ଠିକଠାକ୍‌ ଅଛି ତ ସବୁ କିଛି ? ତାଲିକା ବାଦ୍ ମଠରେ ଗୁପ୍ତ ଅବସ୍ଥାରେ ନାହିଁ ତ ଅଧିକ ଧନରତ୍ନ ?

author-image
Sarbeswar
କୋଠରୀ ପରେ କୋଠରୀ, ମଠରେ ରହିଛି ୧୦୦ରୁ ଅଧିକ କୋଠରୀ।  କ’ଣ ଅନ୍ୟ କୋଠରୀରେ ବି ରହିଛି ବହୁମୂଲ୍ୟ ସମ୍ପତ୍ତି

Eamar-matha

  • ରୁପାଇଟାକୁ ନେଇ ପୁଣି ଚର୍ଚ୍ଚାରେ ଶ୍ରୀକ୍ଷେତ୍ରର ଧନୀମଠ ଏମାର୍
  • ଗୁପ୍ତ କୋଠରୀର ଚଟଣା ତଳୁ ମିଳିଲା ୪୫ ଖଣ୍ଡ ରୁପାଇଟା
  • ଦେବୋତ୍ତର ବିଭାଗର ତାଲିକାଭୁକ୍ତ ୪୫ ଖଣ୍ଡ ରୁପାଇଟା
  • ବେ ବି ଟ୍ରଷ୍ଟବୋର୍ଡକୁ ପରିଚାଳନା ଦାୟିତ୍ୱ ହସ୍ତାନ୍ତର ପାଇଁ ଅରାଜି ମଠ ମହନ୍ତ
Advertisment

ପୁରୀ: ରୁପାଇଟାକୁ ନେଇ ଚର୍ଚ୍ଚାରେ ଥିବା ଶ୍ରୀକ୍ଷେତ୍ରର ସବୁଠୁ ଧନୀ ମଠ ଏମାରରୁ ଆଜି ପୁଣି ମିଳିଲା ୪୫ଟି ରୁପା ଇଟା। ଦେବୋତ୍ତର ବିଭାଗ ତାଲିକାରେ ଥିବା ଏଇ ରୁପା ଇଟାସବୁକୁ ଆଜି ମଠ ଭିତରେ ଥିବା ଏକ ବନ୍ଦ କୋଠରୀର ମାଟି ତଳୁ ଉଦ୍ଧାର କରାଯାଇ ଜିଲ୍ଲା ଆର୍ମୋରିକୁ ପଠାଯାଇଛି। ମଠ ପରିଚାଳନା ଭାର ଟ୍ରଷ୍ଟବୋର୍ଡ ହାତକୁ ଯିବା ପରେ ଦେବୋତ୍ତର ବିଭାଗ ପକ୍ଷରୁ ମଠ ଭିତରେ ଇନ୍ଭେଣ୍ଟୋରୀ ଯାଞ୍ଚ ବେଳେ ଏଇ ଇଟା ମିଳିଛି। ପୂର୍ବରୁ ୨୦୧୧ରେ ମଠ ପରିସରରୁ ୫୨୨ ଖଣ୍ଡ ରୁପାଇଟା ଜବତ ହୋଇଥିଲା।

ଶ୍ରୀକ୍ଷେତ୍ରର ସବୁଠୁ ଧନୀ ମଠ ଏମାରରେ ସୁରକ୍ଷିତ ଅଛି ତ ଧନ ସଂପତ୍ତି? ୨୦୧୦ର ଗଣତି ଅନୁସାରେ ଠିକଠାକ୍‌ ଅଛି ତ ସବୁ କିଛି ? ତାଲିକା ବାଦ୍ ମଠରେ ଗୁପ୍ତ ଅବସ୍ଥାରେ ନାହିଁ ତ ଅଧିକ ଧନରତ୍ନ ? ଏମାର ପରିଚାଳନା ଦାୟିତ୍ୱରୁ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ହଟାଇ ନବଗଠିତ ଟ୍ରଷ୍ଟବୋର୍ଡକୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଭିତରେ ଆଜି ଦ୍ୱିତୀୟ ଦିନର ବି ମଠ ପରିସରରେ ଚାଲିଥିଲା ହିସାବ ନିକାସ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସଂପତ୍ତି ଆକଳନରୁ କାଲି ମିଳିଥିଲା କାରୁକାର୍ଯ୍ୟ ବିମଣ୍ଡିତ ରୁପାର ଗଛ, ଫୁଲଦାନୀ, ବ୍ରୋଞ୍ଜର ଗାଈବାଛୁରୀ, ୧୬ ପୁରାତନ ଖଣ୍ଡା। ଆଉ ଆଜି ୨୦୧୦ରେ ହୋଇଥିବା ଦେବୋତ୍ତର ବିଭାଗର ତାଲିକା ଅନୁଯାୟୀ ମଠ ଭିତରୁ ବାହାରିଛି ୪୫ ଖଣ୍ଡ ରୁପା ଇଟା। ଯାହାର ପ୍ରତି ଖଣ୍ଡର ଓଜନ ପ୍ରାୟ ୩୦ କିଲୋରୁ ଅଧିକ ରହିଛି।

Advertisment

ତେବେ ଦେବୋତ୍ତର ବିଭାଗର ତାଲିକା ବାଦ୍ ୨୦୧୧ରେ ମଠ ପରିସରରୁ ୫୨୨ ରୁପା ଇଟା ଜବତ୍ ହୋଇଥିଲା। କିଛି ରୁପା ଇଟା ବିକିବା ଅଭିଯୋଗରେ ସେତେବେଳେ ଗିରଫ ବି ହୋଇଥିଲେ ମଠ ମହନ୍ତ। ତେଣୁ ଏବେ ବି ତାଲିକା ବାଦ୍ ମଠରେ ଆଉ କିଛି ଗୁପ୍ତଧନ ରହିଥିବାର ଆଶଙ୍କା କରି ଏଏସ୍ଆଇ ସହାୟତାରେ ମେଟାଲ୍ ଡିଟେରରେ ଯାଞ୍ଚ ପାଇଁ ଦାବି ଉଠିଛି।

ଏପଟେ ଏମାର ପରିଚାଳନା ଭାର ଟ୍ରଷ୍ଟ ମୁଖ୍ୟ ମହନ୍ତ ନାରାୟଣ ରାମାନୁଜଙ୍କ ହାତକୁ ଯାଇଥିଲେ ହେଁ, ଏପର୍ଯ୍ୟନ୍ତ କିନ୍ତୁ ଦାୟିତ୍ୱ ହସ୍ତାନ୍ତର ପାଇଁ ରାଜି ନାହାନ୍ତି ମହନ୍ତ। ରାଜଗୋପାଳ ରାମାନୁଜ ଦାସ ମଠର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଏଭଳି ଦାୟିତ୍ୱ ହସ୍ତାନ୍ତରକୁ ବେଆଇନ୍ ବୋଲି କହିଛନ୍ତି ମହନ୍ତଙ୍କ ଓକିଲ।

ପୁରୀରୁ କ୍ୟାମେରାମ୍ୟାନ୍ ଗୋପାଳ ଓ ସୋମନାଥଙ୍କ ସହ ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ

Advertisment
Advertisment