coronavirus-bhubaneswar
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୨ କ୍ୱାରେଣ୍ଟିନରୁ, ୧୬୭ ଲୋକାଲ କେସ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ବିଏମ୍ସି।
ଗୋଟିଏ ଗଣମାଧ୍ୟମର ୧୨ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁରରୁ ୧୧, ଷ୍ଟେସନ ସ୍କୋୟାରରୁ ୭, ୟୁନିଟ-୯ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭିଏସ୍ଏସ୍ ନଗରରୁ ୧୦, ନୟାପଲ୍ଲୀରୁ ୬ ଲୋକାଲ୍ କେସ୍ ଚିହ୍ନଟ ହୋଇଥିବା ବେଳେ ଆଜି ଭୁବନେଶ୍ୱରରୁ ୩୪୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।
ସେହିଭଳି ୨୪ ଘଣ୍ଟାରେ ରାଜ୍ୟରେ ୩,୫୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୮୭୮ ଜଣ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିସହିତ ଆଜି ବି ୭ ଜଣଙ୍କର ଜୀବନ ନେଇଛି କରୋନା। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫୩୮ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-bhubaneswar_1625354928.jpg)