Advertisment

ଗଞ୍ଜାମ ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ; ଫାଟିଲା ପ୍ଲାଣ୍ଟ ଗ୍ୟାସ୍‌ ପାଇପ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ ଘଟିଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଫାଟି ଯିବାରୁ ୪ ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଜଣେ ଇଂଜିନିୟର ଓ ଅନ୍ୟ ୩ ଜଣ କର୍ମଚାରୀ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥାନାନ୍ତର […]

ଅଦ୍ୟତନ ହୋଇଛି
ଗଞ୍ଜାମ ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ; ଫାଟିଲା ପ୍ଲାଣ୍ଟ ଗ୍ୟାସ୍‌ ପାଇପ୍‌

politically

Advertisment

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ ଘଟିଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଫାଟି ଯିବାରୁ ୪ ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଜଣେ ଇଂଜିନିୟର ଓ ଅନ୍ୟ ୩ ଜଣ କର୍ମଚାରୀ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Advertisment

ବର୍ତ୍ତମାନ ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ନେଇ ବ୍ୟବସ୍ଥା କରାଯାଉଛି। ତେବେ କୁଶଳି କର୍ମଚାରୀଙ୍କ ବଦଳରେ ଠିକା କର୍ମଚାରୀଙ୍କ ଦ୍ୱାରା ପ୍ଲାଣ୍ଟରେ କାମ ଚାଲିଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି କମ୍ପାନୀର ଶ୍ରମିକ। ଏପରିକି କମ୍ପାନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବିଳମ୍ବ ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। କାମ ବନ୍ଦ କରି ଶ୍ରମିକମାନଙ୍କ ତରଫରୁ ଆନ୍ଦୋଳନ ଜାରି ରହିଛି। ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ