Advertisment

ବ୍ଲକ ଅଫିସ୍‌ରେ ମାରପିଟ କଲେ ମହିଳା; କର୍ମଚାରୀଙ୍କ ସମେତ ୪ ପୋଲିସ ଲହୁଲୁହାଣ

ଭଦ୍ରକ: ବନ୍ତ ବ୍ଲକ ଅଫିସ୍ ଭିତରେ ପଶି ମାରପିଟ କଲେ ମହିଳା ମହାସଂଘ ସଦସ୍ୟା। ୨୦ରୁ ଅଧିକ ସଦସ୍ୟା ପଶି ଅଫିସ ଭିତରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ୨ଜଣ ବ୍ଲକ କର୍ମଚାରୀଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ମହାସଂଘର ସଭାନେତ୍ରୀ ଓ ସଂପାଦକଙ୍କୁ ବହିଷ୍କାର ପ୍ରତିବାଦରେ ସଦସ୍ୟାମାନେ ଅଫିସ ଭିତରେ ପଶି ଏଭଳି ଲଙ୍କା କାଣ୍ଡ ଘଟାଇଛନ୍ତି। ମହିଳା ମହାସଂଘ ସଦସ୍ୟାଙ୍କ ମାଡ଼ରେ ବିପିଏମ୍, […]

author-image
Abinash Pati
ବ୍ଲକ ଅଫିସ୍‌ରେ ମାରପିଟ କଲେ ମହିଳା; କର୍ମଚାରୀଙ୍କ ସମେତ ୪ ପୋଲିସ ଲହୁଲୁହାଣ  

block office

ଭଦ୍ରକ: ବନ୍ତ ବ୍ଲକ ଅଫିସ୍ ଭିତରେ ପଶି ମାରପିଟ କଲେ ମହିଳା ମହାସଂଘ ସଦସ୍ୟା। ୨୦ରୁ ଅଧିକ ସଦସ୍ୟା ପଶି ଅଫିସ ଭିତରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ୨ଜଣ ବ୍ଲକ କର୍ମଚାରୀଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

Advertisment

ମହାସଂଘର ସଭାନେତ୍ରୀ ଓ ସଂପାଦକଙ୍କୁ ବହିଷ୍କାର ପ୍ରତିବାଦରେ ସଦସ୍ୟାମାନେ ଅଫିସ ଭିତରେ ପଶି ଏଭଳି ଲଙ୍କା କାଣ୍ଡ ଘଟାଇଛନ୍ତି। ମହିଳା ମହାସଂଘ ସଦସ୍ୟାଙ୍କ ମାଡ଼ରେ ବିପିଏମ୍, ଓଏଲ୍ଏମ୍ ଏବଂ ୪ ପୋଲିସ କର୍ମଚାରୀଙ୍କୁ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି।

ଖବର ଅନୁସାରେ, ବହିଷ୍କାର ପ୍ରତିବାଦରେ ମହାସଂଘ ସଦସ୍ୟାମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ଧୀରେ ଧୀରେ ତୀବ୍ର ରୂପ ନେବାରୁ ମହାସଂଘର ମହିଳାମାନେ ବ୍ଲକ ଅଫିସ୍‌ ଭିତରେ ପଶି ଭଙ୍ଗାରୁଜା କରିବା ସହିତ ମାରପିଟ କରିଥିଲେ।

Advertisment
Advertisment
Advertisment