/odishatv-khabar/media/post_attachments/uploadimage/library/16_9/16_9_0/deadbody_1626689790.jpg)
deadbody
ରାଉରକେଲା : ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଆଇଟି କଲୋନି କ୍ୱାର୍ଟର୍ସରୁ ଏକ ବନ୍ଦ ଘରୁ ମିଳିଛି ଏହି ୪ ଜଣଙ୍କ ମୃତଦେହ । ସେମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ , ପୁଅ ଓ ଝିଅ।
Advertisment
ଗତ ତିନି ଦିନ ଧରି ଘର ବନ୍ଦ ଥିବା ବେଳେ ଆଜି ସକାଳୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ଅଭିଯୋଗ କରିଥିଲେ । ଆଉ ଘର ବାହାରେ ତାଙ୍କ ସ୍କୁଟର୍ ରଖାଯାଇଥିଲା । ଏନେଇ ଲୋକଙ୍କ ସନ୍ଦେହ ଅଧିକ ବଢ଼ିବାରୁ ପୁଲିସକୁ ଖବର ଦେଇଥିଲେ।
ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ଘର କବାଟ ଭାଙ୍ଗିବା ପରେ ଭିତରରୁ ଏହି ୪ ଜଣଙ୍କ ମୃତଦେହ ମିଳିଛି । ତେବେ ଏହି ମୃତ୍ୟୁ ପଛରେ କଣ ରହିଛି କାରଣ ସେ ନେଇ ଏବେ ସୁଦ୍ଧା କିଛି ଜଣାପଡ଼ିନାହିଁ । ରଞ୍ଜିତ କୁମାର ଏକ ଘରୋଇ କମ୍ପାନିରେ ମେକାନିକ୍ ଭାବେ କାର୍ଯ୍ୟ କରୁଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)