corona-recovery
ଭୁବନେଶ୍ୱର: ଆଜି ରାଜ୍ୟରେ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୯୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଅନ୍ୟପଟେ କଟକ-୩୬୮, ବରଗଡ଼ରୁ- ୧୫୧, ବାଲେଶ୍ୱର- ୧୪୬, ନୂଆପଡ଼ା- ୧୩୫, ଜଗତସିଂହପୁରରୁ- ୧୨୪, ଅନୁଗୁଳ- ୧୨୨, ସମ୍ବଲପୁର- ୧୧୮, ସୁନ୍ଦରଗଡ଼- ୧୧୦, ବଲାଙ୍ଗିର- ୯୩, ଯାଜପୁରରୁ ୯୧ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୮୮ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କନ୍ଧମାଳ ଓ କେନ୍ଦୁଝରରୁ ୮୬ ଲେଖାଏଁ, ସୁବର୍ଣ୍ଣପୁରରୁ- ୮୩, ଭଦ୍ରକ- ୮୨, ନୟାଗଡ଼- ୭୧, କଳାହାଣ୍ଡି- ୬୯, ଝାରସୁଗୁଡ଼ା- ୬୮, ନବରଙ୍ଗପୁର- ୬୬, କୋରାପୁଟ- ୬୨, ଗଞ୍ଜାମ- ୫୬, ରାୟଗଡ଼ାରୁ ୫୦ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଢେଙ୍କାନାଳ- ୪୮, ବୌଦ୍ଧ- ୪୫, ମାଲକାନଗିରିରୁ- ୩୪, ଗଜପତି- ୨୪, ଦେବଗଡ଼- ୧୪ ଓ ଷ୍ଟେଟ୍ ପୁଲ୍ରୁ ୧୬୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨,୧୦,୨୧୭ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-recovery_1625261717.jpg)