Advertisment

ଆଜି ଭୁବନେଶ୍ୱର ୩୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଚିହ୍ନଟ ହୋଇବା ପଜିଟିଭମାନଙ୍କ ମଧ୍ୟରୁ ବାଣୀବିହାର ପଥରବନ୍ଧରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୀଳାଦ୍ରି ବିହାରରୁ ୬, ଡୁମୁଡୁମାରୁ ୫, ସରକନ୍ତରାରୁ ୫ ଚିହ୍ନଟ ହୋଇଛନ୍ତି। ସେହିଭଳି ନୀଳାଦ୍ରି ବିହାର ପଣ୍ଡା […]

ଅଦ୍ୟତନ ହୋଇଛି
ଆଜି ଭୁବନେଶ୍ୱର ୩୭୦ କରୋନା ପଜିଟିଭ ଚିହ୍ନଟ

crons

Advertisment

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

Advertisment

ଆଜି ଚିହ୍ନଟ ହୋଇବା ପଜିଟିଭମାନଙ୍କ ମଧ୍ୟରୁ ବାଣୀବିହାର ପଥରବନ୍ଧରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୀଳାଦ୍ରି ବିହାରରୁ ୬, ଡୁମୁଡୁମାରୁ ୫, ସରକନ୍ତରାରୁ ୫ ଚିହ୍ନଟ ହୋଇଛନ୍ତି। ସେହିଭଳି ନୀଳାଦ୍ରି ବିହାର ପଣ୍ଡା ପାର୍କ ଅଞ୍ଚଳରୁ ୫, ୟୁନିଟ-୬ ରାଧାକୃଷ୍ଣ ବସ୍ତିରୁ ୫ ଚିହ୍ନଟ ହୋଇଛନ୍ତି। ସହିଦ ନଗରରୁ ୧୦ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍‌ସି।

Advertisment

ସେହିଭଳି ବାଲିଆପଟା ବସ୍ତିରୁ ୭, ୟୁନିଟ-୯ରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶିଖରଚଣ୍ଡି ବିହାରରୁ ୫ ଲୋକାଲ କେସ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି। ପଟିଆରୁ ମଧ୍ୟ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଡ଼ଗଡ଼ ବ୍ରିଟ କଲୋନିରୁ ୪ ଲୋକାଲ କଣ୍ଟା କେସ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୧୫୦ ଆକ୍ରାନ୍ତ  ସୁସ୍ଥ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଛି ବିଏମ୍‌ସି।

ଅନ୍ୟପଟେ ଓଡ଼ିଶାରେ ଗୋଟିଏ ଦିନରେ ୨,୫୮୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଚିହ୍ନଟ ନୂଆ ୨,୫୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୭୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୧୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହଭଳି ଆଜି ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଥିବା ସୂଚନା ଦିଆଯାଇଛି। ସେହିଭଳି ଆଜିର ମୃତ୍ୟୁ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୭୨ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପକ୍ଷରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ