/odishatv-khabar/media/post_attachments/uploadimage/library/16_9/16_9_0/ok_1626692883.jpg)
ok
ଭୁବନେଶ୍ୱର: ବଢିଲା କାଳିଆ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ।ପୂର୍ବରୁ ସରକାର ୪୨ ଲକ୍ଷ ଚାଷୀ ପରିବାରକୁ କାଳିଆ ଯୋଜନାରେ ସାମିଲ କରିଥିବା ବେଳେ ଏବେ ୭୫ ଲକ୍ଷ ପରିବାର ଯୋଜନାର ଲାଭ ପାଇବେ। ନୂଆକରି ସାମିଲ ୩୩ ଲକ୍ଷ ପରିବାରକୁ ଆଜିଠାରୁ ଯୋଜନା ବାବଦ ୫ ହଜାର ଟଙ୍କା ମିଳିବ। ସପ୍ତାହକ ମଧ୍ୟରେ ୨୫ ଲକ୍ଷ ପରିବାର ଟଙ୍କା ପାଇଯିବେ ବୋଲି ଆଜି ବସିଥିବା ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକ ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଯେଉଁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡିଛନ୍ତି ସେମାନଙ୍କୁ ଆବେଦନ ଲାଗି ଆଉ ଥରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଅଧିକ ସଶକ୍ତ କରିବାକୁ ସ୍ଥିର ହୋଇଛି। ଏଥିଲାଗି ସରକାର ସେମାନଙ୍କୁ ହଜାରେ କୋଟି ଟଙ୍କାର କାମ ଯୋଗାଇ ଦେବେ । ଧାନ ସଂଗ୍ରହଠୁ ଆରମ୍ଭ କରି, ମଧ୍ୟାହ୍ନ ଭୋଜନ, ପିଲାଙ୍କ ସ୍କୁଲ ୟୁନିଫର୍ମ ପ୍ରସ୍ତୁତ ଓ ସରକାରୀ ମେଡିକାଲକୁ ରନ୍ଧା ଖାଦ୍ୟ ଯୋଗାଣ ଆଦିକୁ ଏଥିରେ ସାମିଲ କରାଯାଇଛି।
ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତିକୁ ଏଜେଣ୍ଡା ଭାବେ ଗ୍ରହଣ କରିବା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି। ଏହା ସହ ନିର୍ଦ୍ଧାରିତ ସମୟ ଭିତରେ କାମ ଶେଷ କରିବା, ନୂଆ ଓ ଶସକ୍ତ ଓଡ଼ିଶା ଗଠନ, ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ, ବିକାଶରେ ମହିଳାଙ୍କ ସମାନ ସହଭାଗିତା ଏବଂ ସମାଜର ତଳ ସ୍ତରରେ ଥିବା ଲୋକଙ୍କ ଉନ୍ନତି ଦିଗରେ କାମ କରିବା ଲାଗି ନବୀନ ମନ୍ତ୍ରୀମାନଙ୍କୁ ଫର୍ମୁଲା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)