Advertisment

ଟ୍ରକ୍‌କୁ ଧକ୍କା ଦେଲା ବସ୍‌, ୩୦ ଆହତ

ସମ୍ବଲପୁର (ସଞ୍ଜୟ ଜେନା): ବରଗଡ଼-ସମ୍ବଲପୁର ରାସ୍ତାର ଚକୁଳିଠାରେ ଏକ ଟ୍ରକ୍‌କୁ ଏକ ବସ୍‌ ଧକ୍କା ଦେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ବରଗଡ଼ ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରୁଥିବା ଏହି ଘରୋଇ ବସ୍‌ଟି ଗତକାଲି ରାତି ପ୍ରାୟ ୮ଟା ସମୟରେ ବରଗଡ଼ରୁ ଫେରୁଥିବା ବେଳେ ଏକ ଟ୍ରକ୍‌କୁ […]

ଟ୍ରକ୍‌କୁ ଧକ୍କା ଦେଲା ବସ୍‌, ୩୦ ଆହତ

accident

Advertisment

ସମ୍ବଲପୁର (ସଞ୍ଜୟ ଜେନା): ବରଗଡ଼-ସମ୍ବଲପୁର ରାସ୍ତାର ଚକୁଳିଠାରେ ଏକ ଟ୍ରକ୍‌କୁ ଏକ ବସ୍‌ ଧକ୍କା ଦେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Advertisment

ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ବରଗଡ଼ ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରୁଥିବା ଏହି ଘରୋଇ ବସ୍‌ଟି ଗତକାଲି ରାତି ପ୍ରାୟ ୮ଟା ସମୟରେ ବରଗଡ଼ରୁ ଫେରୁଥିବା ବେଳେ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା।

Advertisment

ବସ୍‌ରେ ପ୍ରାୟ ୪୦ଜଣ ଯାତ୍ରୀ ଥିଲେ। ଭାରସାମ୍ୟ ହରାଇ ବସ୍‌ଟି ଟ୍ରକ୍‌କୁ ପିଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ