/odishatv-khabar/media/post_attachments/uploadimage/library/16_9/16_9_0/EaNSYFqWAAApKws-2_1626167312.jpg)
EaNSYFqWAAApKws
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମ ଜିଲ୍ଲାର ଜଣେ ୭୫ ବର୍ଷୀୟ ପୁରୁଷଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ କଟକ ଜିଲ୍ଲାର ଜଣେ ୬୫ ବର୍ଷୀୟ ପୁରୁଷ ଓ ଭୁବନେଶ୍ୱରର ଜଣେ ୭୩ ବର୍ଷୀୟ ପୁରଷ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
/odishatv-khabar/media/post_attachments/wp-content/uploads/2020/06/Ebk8PDfWsAA1vDq.png)
ଆହୁରି ମଧ୍ୟ ପଢ଼ନ୍ତୁ: ୨୩ ଜିଲ୍ଲାରୁ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୮୦ଜଣ ଚିକିତ୍ସାଧୀନ ଥିବାବେଳେ ୪,୬୦୬ଜଣ ସୁସ୍ଥ ହୋଇଛନ୍ତି। ୨୧ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
/odishatv-khabar/media/post_attachments/wp-content/uploads/2020/06/Capture-44-1.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)