Advertisment

ଟ୍ରକ୍‌କୁ ଧକ୍କା ଦେଲା କାର୍, ୩ ମୃତ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଙ୍ଗା ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ମଧ୍ୟରାତ୍ରରେ ଟ୍ରକ୍‌କୁ ଏକ କାର୍ ପଛପଟୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୀରମିତ୍ରପୁରର ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ। ମୃତକଙ୍କ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ଏଥିସହ ସଙ୍ଗୀତା ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ […]

ଟ୍ରକ୍‌କୁ ଧକ୍କା ଦେଲା କାର୍, ୩ ମୃତ

accident

Advertisment

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଙ୍ଗା ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ମଧ୍ୟରାତ୍ରରେ ଟ୍ରକ୍‌କୁ ଏକ କାର୍ ପଛପଟୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୀରମିତ୍ରପୁରର ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ। ମୃତକଙ୍କ ମଧ୍ୟରେ ଦୁଇ ମହିଳା ରହିଛନ୍ତି।

Advertisment

ଏଥିସହ ସଙ୍ଗୀତା ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ବୀରମିତ୍ରପୁର ଅଞ୍ଚଳର ୪ଜଣ ବରଗଡ଼ର ଭଟଲିରେ ଆୟୋଜିତ ଏକ ଶ୍ୟାମ ବାବା ଭଜନ ସମାରୋହରେ ଭାଗ ନେବାକୁ ଯାଇଥିଲେ। ସେଠାରୁ ଏକ କାର୍‌ରେ ସମସ୍ତେ ଫେରୁଥିବା ବେଳେ ଜରଙ୍ଗଲୋଇ ନିକଟରେ ଆଗରେ ଯାଉଥିବା ଏକ ଟ୍ରକକୁ କାର୍‌ ପଛ ପଟୁ ଧକ୍କା ଦେଇଥିଲା।

Advertisment

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ