Advertisment

ବଜ୍ରପାତ ନେଲା ୩ ଜୀବନ

ବ୍ରହ୍ମପୁର: ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଡେଙ୍ଗାବାଡ଼ି ଗାଁରେ ଦୋକାନ୍ ପିଣ୍ଡାରେ ବସିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ମତାଧାରୀ ଗାଁର ଏବଂ ଅନ୍ୟ ଜଣେ ହେଲେ ତାକରଡ଼ା ଗାଁର। ସେହିପରି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ନୂଆସାହି ଗାଁରେ ବଜ୍ରାଘାତରେ ସୁମନ୍ତ କୁମାର ବିଶୋୟୀ ନାମକ ଜଣେ ଯୁବକଙ୍କ […]

ବଜ୍ରପାତ ନେଲା ୩ ଜୀବନ

lightening

Advertisment

ବ୍ରହ୍ମପୁର: ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଡେଙ୍ଗାବାଡ଼ି ଗାଁରେ ଦୋକାନ୍ ପିଣ୍ଡାରେ ବସିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ମତାଧାରୀ ଗାଁର ଏବଂ ଅନ୍ୟ ଜଣେ ହେଲେ ତାକରଡ଼ା ଗାଁର।

Advertisment

ସେହିପରି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ନୂଆସାହି ଗାଁରେ ବଜ୍ରାଘାତରେ ସୁମନ୍ତ କୁମାର ବିଶୋୟୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାଡ଼ିରେ କାମ କରୁଥିବାବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଝାଡ଼ଖଣ୍ଡ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟ ହୋଇଛି। ଫଳରେ ଓଡ଼ିଶାରେ ଆଉ ୪ ଦିନ ଯାଏ ବର୍ଷା ସହ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।

Advertisment
Odisha Weather News Odisha Weather Update Thunderstorm In Odisha Latest Odia News Odia News News In Odia Odia Khabar Odisha Weather Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ