rkl
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ୍ରୁ ରେଳବାଇ ପୁଲିସ୍ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।
ଗିରଫ ବ୍ୟକ୍ତିମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ୍ ଶ୍ରୀବାସ୍ତବ।
କାହିଁକି ଏହି ତିନି ବ୍ୟକ୍ତି ୨ଟି ବ୍ୟାଗ୍ରେ ଏତେ ଟଙ୍କା ଧରି ଟ୍ରେନ୍ରେ ଯାଉଥିଲେ, ତା’ର ତଦନ୍ତ କରୁଛି ରାଉରକେଲା ରେଳବାଇ ପୁଲିସ୍।
ତେବେ ପ୍ରାଥମିକ ସୂଚନା ମୁତାବକ, କୋଲକାତାର ଜଣେ ବ୍ୟବସାୟୀ ଗୌରବ କୁମାର ଟ୍ରେନରେ ଏକ ଆଟଚିରେ ୩ କୋଟି ୩୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଝାରସୁଗୁଡ଼ାରୁ ରାଉରକେଲା ମଧ୍ୟରେ ତାହା ଚୋରି ହୋଇଯାଇଥିଲା। ଏ ବାବଦରେ ସେ ଝାରସୁଗୁଡ଼ା ଜିଆରପିରେ ଏକ ଏତଲା ଦେଇଥିଲେ। ତେଣୁ ଏ ଦୁଇଟି ଘଟଣାର କିଛି ସଂପର୍କ ରହିଛି ନା ନାହିଁ, ସେ ଦିଗରେ ବି ପୁଲିସ୍ ଖୋଳତାଡ଼ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rkl-1111111_1626758587.jpg)