lekhashree
ଭୁବନେଶ୍ୱର: ଆଈମା କାହାଣୀ କହି ପଦୋନ୍ନତି ପାଇଲେ SIT ମୁଖ୍ୟ ଅରୁଣ ବୋଥ୍ରା। ଏକଥା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ। ପରୀ ପ୍ରସଙ୍ଗରେ ସରକାରଙ୍କୁ ସେ କଡ଼ା ସମାଲୋଚନା କରିବା ସହ ୭ଟି ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି। ପଢନ୍ତୁ:-
- ପ୍ରତି ବର୍ଷ ପରୀ ଭଳି ୫୫୦୦ କୁନି ପିଲାମାନେ ଓଡ଼ିଶାରୁ ନିଖୋଜ ହେଉଛନ୍ତି। ୨୭ ହଜାର ସିଶୁ ଗତ ୫ ବର୍ଷ ଭତରେ ନିଖୋଜ ହୋଇଛନ୍ତି। ଅଥଚ ସାଢେ ୪ କୋଟି ଓଡ଼ିଆ ମୋ ପରିବାର କହୁଥିବା ମୁଖ୍ୟମନ୍ତ୍ରୀ, କେମିତି ଶାନ୍ତିରେ ରହିଛନ୍ତି?
- ପରୀ ମାମଲାର ତଦନ୍ତ ପାଇଁ ଏସ୍ଆଇଟିକୁ ସ୍ଥାପନା କଲେ ସରକାର। କିନ୍ତୁ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଗୋଟିଏ ଆଇମା କାହାଣୀ କହିଲେ। ଆଉ ଭଲ ଗପ ପାଇଁ ରାଜ୍ୟ ସରକାରଙ୍କ ତାଙ୍କୁ ପଦୋନ୍ନତି ଦେଲେ।
- ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ଯେଉଁ ଦିନ ଅଭିଯାନ ଆରମ୍ଭ କଲା, ସେଇ ଦିନ ଗୁଡ଼ିକରେ ଅରୁଣ ବୋଥ୍ରା ଡ଼ାକି ସାମ୍ୱାଦିକ ସମ୍ମିଳନୀ କଲେ। ଗଣମାଧ୍ୟମ ଆଗରୁ ନଜର ହଟାଇବା ପାଇଁ ଏହା ଥିଲା ପ୍ରାୟୋଜିତ କାହାଣୀ। ଏଥିରେ ପରୀକୁ ନ୍ୟାୟ ମିଳିବ ନାହିଁ।
- ପ୍ରଶ୍ନ ଲେଗିଂସ କାହାର ? ଆହୁରି ୫ ଲେଗିଂସ ମିଳିଲାଣି। ତଦନ୍ତରେ ସରୋଜର ପରିବାର ଲୋକ ଓ ପରୀର ବାପା ମାଆ ଅସନ୍ତୁଷ୍ଟ, ଯାହା ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ।
- କୋର୍ଟ ପରିଚାଳିତ ନୁହେଁ, ଏହା ଦିବ୍ୟଶଙ୍କର ଓ ଅରୁଣଙ୍କ ପରିଚାଳିତ SIT। ଦିବ୍ୟଶଙ୍କର କହିଲେ ଫୋରେନସିକ ରିପୋର୍ଟରୁ ଦୁଷ୍କର୍ମ ପ୍ରମାଣ ମିଳୁନି। କିନ୍ତୁ ଅରୁଣ ବୋଥ୍ରା ନୂଆ ରିପୋର୍ଟ ଆଣି ଦୁଷ୍କର୍ମ ହୋଇଛି କହିଲେ।
- ସରୋଜ ସେଠୀକୁ ନାବାଳକରୁ ସାବାଳକ କରି ଦେଖାଯାଇଛି, ତଦନ୍ତରେ ସରୋଜର ପରିବାର ଲୋକ ଓ ପରୀର ବାପା ମାଆ ଅସନ୍ତୁଷ୍ଟ ଅଛନ୍ତି। ପରୀକୁ ନ୍ୟାୟ ମିଳିଳାନି, ଆଜିବି ତାର ବାପା ମା ଛାତି ପିଟି କାନ୍ଦୁଛନ୍ତି।
- ଅରୁଣ ବୋଥ୍ରା ଯେଉଁ ତଦନ୍ତ କରିଛନ୍ତି, ତାହା ତଦନ୍ତ ନୁହେଁ ବରଂ ତଥ୍ୟ ପ୍ରମାଣକୁ ନଷ୍ଟ କରିବା ପାଇଁ ବିସ୍ତୁତ ବ୍ୟବସ୍ଥା। ଯଦି ମନ୍ତ୍ରୀ ଅରୁଣ ସାହୁଙ୍କ ପରି ଅପରାଧୀ ପାଖରେ ସରକାର ଛିଡ଼ା ହେଉଛନ୍ତି, ଓଡ଼ିଶାବାସୀ ଏହି ଛଳନାକୁ ସ୍ପଷ୍ଟ ଭାବେ ଦେଖିପାରୁଛନ୍ତି।
ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କରିଥିଲେ ପରୀ ହତ୍ୟା ମାମଲାର ଅଭିଯୁକ୍ତ ତଥା ଯଦୁପୁର ଗାଁର ଯୁବକ ସରୋଜ ସେଠୀ। ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍ଆଇଟି ତଦନ୍ତ ଚାଲିଥିବା ବେଳେ ସରୋଜ କହିଥିଲେ ଯେ- “ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍ ମୋତେ ୫ ଲକ୍ଷ ଯାଚିଥିଲେ। ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଥିବା ନେଇ ସେ ଗଣମାଧ୍ୟମକୁ କହିଥିଲେ।
ସେତେବେଳେ ଏହି ଘଟଣାକୁ ନେଇ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସଂପର୍କରେ ସରୋଜ ଯେଉଁ ଅଭିଯୋଗ କରିଛନ୍ତି, ଯଦି ତାହା ସତ ହୋଇଥାଏ, ତା ହେଲେ ସାଂଘାତିକ ବୋଲି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀ କହିଥିଲେ ଯେ, ବୋଥ୍ରାଙ୍କୁ ପ୍ରଥମେ ଏସ୍ଆଇଟିରୁ ବିଦା କରାଯାଉ। ମନ୍ତ୍ରୀ ଅରୁଣ ସାହୁ ଓ ସହଯୋଗୀ ବାବୁଲି ନାୟକ କିପରି ଖସିଯିବେ, ସେଥିଲାଗି ରାଜ୍ୟ ସରକାର ଏସ୍ଆଇଟି ଲଗେଇଥିବା ସେ ଅଭିଯୋଗ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lekhashree_1626330292.jpg)