Advertisment

କରୋନା କଟକଣା ଭାଙ୍ଗି ଦିନକରେ ୨୭ ଗିରଫ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରୁଛି। ବିଷେଶ କରି ୧୦ ଜିଲ୍ଲାରେ ମହାମାରୀ ଉଗ୍ର ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୧୦ ଜିଲ୍ଲାରେ ଜାରି କରାଯାଇଥିଲା ନାଇଟ୍‌ କର୍ଫ୍ୟୁ।  କଟକଣା ନିୟମ ନ ମାନିବାରୁ ବିଭିନ୍ନ ଜିଲ୍ଲାରେ ଚାଲିଛି ପୋଲିସ୍‌ର ସ୍ପେଶାଲ ଡ୍ରାଇଭ୍। ଆଉ ଏଥିରେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। Special Drive on "Awareness and Enforcement" regarding Use Of Mask, maintaining […]

କରୋନା କଟକଣା ଭାଙ୍ଗି ଦିନକରେ ୨୭ ଗିରଫ

special-drive

Advertisment

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରୁଛି। ବିଷେଶ କରି ୧୦ ଜିଲ୍ଲାରେ ମହାମାରୀ ଉଗ୍ର ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୧୦ ଜିଲ୍ଲାରେ ଜାରି କରାଯାଇଥିଲା ନାଇଟ୍‌ କର୍ଫ୍ୟୁ।  କଟକଣା ନିୟମ ନ ମାନିବାରୁ ବିଭିନ୍ନ ଜିଲ୍ଲାରେ ଚାଲିଛି ପୋଲିସ୍‌ର ସ୍ପେଶାଲ ଡ୍ରାଇଭ୍। ଆଉ ଏଥିରେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Advertisment

https://twitter.com/SP_BERHAMPUR/status/1379703015792250884?s=20

କୋଭିଡ କଟକଣା ଉଲ୍ଲଙ୍ଘନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍ ସମୟରେ  ଗତ୨୪ ଘଣ୍ଟାରେ ୨୭ ଜଣଙ୍କୁ ଗିରଫ କରିଯାଇଛି। ୮୭୦ଟି ଗାଡ଼ି ପୋଲିସ ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୨୪ ଘଣ୍ଟାର ଯାଞ୍ଚ ତଥ୍ୟ ନେଇ ପୋଲିସ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।

https://twitter.com/sprayagada/status/1379708495876923395?s=20

ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ, ଆଜିଠୁ ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ ପାଇଁ କୁହାଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ। ରାଜ୍ୟରେ ଲଗାତର ସଂକ୍ରମଣ ବଢିଚାଲିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ୫ ଶହ ଉପରେ ରହୁଛି। କରୋନାର ଦ୍ୱିତୀୟ ଲହର ନେଇ ସତର୍କ ରହିବାକୁ କୁହାଯାଇଛି।

Advertisment

ହେଲେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା।  ମଙ୍ଗଳବାର ୫୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ  ଆଜି ଗୋଟିଏ ଦିନରେ ବାହାରିଛନ୍ତି ୮୦୦ ପାଖାପାଖି କରୋନା ରୋଗୀ। ଆଜି ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ଆଜି ୧୪୭ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୬୪୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୩୩୮୪୧୬ ଜଣ। ରାଜ୍ୟରେ ଆକ୍ଟିଭ କେସ ରହିଛି ୪୨୫୫। ସେହିପରି ଦେଶରେ ମଧ୍ୟ ରେକର୍ଡ ଭାଙ୍ଗିଛି କରୋନା। ବୁଧବାର ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶଣେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି।

Advertisment

ତେଣୁ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପର କଡାକଡି ପଦକ୍ଷେପ ନେଇଛନ୍ତି।

Latest Corona News In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ