Advertisment

ତାମିଲନାଡୁରେ ୨୬ ଦାଦନ ଶ୍ରମିକ ଅଟକ

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା କିଛି ଶ୍ରମିକ ଏଯାଏ ଫେରି ନାହାନ୍ତି। ତିନି ମାସ ତଳେ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗାଁରୁ ୨୬ ଜଣ ଯୁବକ ତାମିଲନାଡୁ କାମ କରିବାକୁ ଯାଇଥିଲେ। ହେଲେ ଟଙ୍କା ତ ଦୂରର କଥା, ନିଜ ପିଲାଙ୍କ ସହ ଫୋନ୍‌ରେ କଥା ହେବାକୁ ବି ମାଲିକ ଅନୁମତି ଦେଉ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀ […]

ତାମିଲନାଡୁରେ ୨୬ ଦାଦନ ଶ୍ରମିକ ଅଟକ

jeypore

Advertisment

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା କିଛି ଶ୍ରମିକ ଏଯାଏ ଫେରି ନାହାନ୍ତି। ତିନି ମାସ ତଳେ ବାକଟିଗୁଡ଼ା, ସିନ୍ଧିକଟା, ଡାଙ୍ଗରାଗୁଡ଼ା ଆଦି ଗାଁରୁ ୨୬ ଜଣ ଯୁବକ ତାମିଲନାଡୁ କାମ କରିବାକୁ ଯାଇଥିଲେ। ହେଲେ ଟଙ୍କା ତ ଦୂରର କଥା, ନିଜ ପିଲାଙ୍କ ସହ ଫୋନ୍‌ରେ କଥା ହେବାକୁ ବି ମାଲିକ ଅନୁମତି ଦେଉ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଏନେଇ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୁଲିସ୍‌କୁ ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ତାମିଲନାଡୁ ଯାଇ ଅଟକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ