/odishatv-khabar/media/post_attachments/uploadimage/library/16_9/16_9_0/policeee_1625448212.jpg)
policeee
କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନାର ପୋଲିସଙ୍କୁ ଅଟକ ରଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ପୋଲିସ କର୍ମଚାରୀଙ୍କୁ ଅଟକ ଘଟଣାରେ ୧୫ ମହିଳା ସମେତ ବନ୍ଧା ହେଲେ ୨୨ ଜଣ। ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋପ ଥାନା ରେଢ଼ୁଆ ଗାଁକୁ ଯାଇଥିଲା ପୋଲିସ। କିନ୍ତୁ ଅଭିଯୁକ୍ତଙ୍କୁ ନଛାଡ଼ି ୨ଏସ୍ଆଇଙ୍କ ସମେତ ୧୦ ପୋଲିସ କର୍ମୀଙ୍କୁ ୫ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ।
ଖବର ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତ ୬ତାରିଖ ବିଳମ୍ୱିତ ରାତିରେ ଗୋପ ଥାନା ପୋଲିସ ରାଢ଼ୁଆ ଗ୍ରାମକୁ ଯାଇଥିଲା। ମାତ୍ର ତାହା ଏକ ମିଥ୍ୟା ଅଭିଯୋଗ ହୋଇଥିବା ବେଳେ ପୋଲିସ କ’ଣ ପାଇଁ ଏତେ ରାତିରେ ଗ୍ରାମକୁ ଆସିଛି କହି ଉତ୍ତ୍ୟକ୍ତ ଗ୍ରାମବାସୀ ୨ଟି ପୋଲିସ ଜିପ୍କୁ ଅଟକ ରଖିଥିଲେ। ଗାଁ ମହିଳାଙ୍କ ସମେତ ଶତାଧିକ ଲୋକ ପୋଲିସର ୨ଟି ଗାଡ଼ିକୁ ୫ଘଣ୍ଟା ଧରି ଅଟକ ରଖିଥିଲେ।
ଘଟଣାର ଖବର ପାଇ ପର ଦିନ ସକାଳୁ ନିମାପଡ଼ା ଏସଡିପିଓ ପ୍ରଦୀପ କୁମାର ଦଳେଇଙ୍କ ସହ କୋଣାର୍କ, ନିମାପଡ଼ା, କାକଟପୁର ଥାନା ଆଇସି ଓ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଡିପିଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗାଁ ଲୋକ ଅଟକ ପୋଲିସ କର୍ମଚାରୀଙ୍କୁ ଛାଡ଼ିଥିଲେ।
ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ୨୨ଜଣଙ୍କୁ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)