Advertisment

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କନଷ୍ଟେବଲ, ୱାଡର ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୨ ଜଣ ଗିରଫ। କନଷ୍ଟେବଲ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଲ ମୌସିମ। ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୋଲିସ ନିଲମ୍ବିତ ହୋଇଛନ୍ତି। କଟକ ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର […]

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କନଷ୍ଟେବଲ, ୱାଡର ଗିରଫ

hyder

Advertisment

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୨ ଜଣ ଗିରଫ। କନଷ୍ଟେବଲ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଲ ମୌସିମ। ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୋଲିସ ନିଲମ୍ବିତ ହୋଇଛନ୍ତି।

Advertisment

କଟକ ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ହେଲେ କନ୍‌ଷ୍ଟେବଳ ମହମ୍ମଦ ମୌସିମ ଓ ସମ୍ବଲପୁର। ଜେଲ୍‌ର ଓ୍ୱାର୍ଡର୍ ଶିବନାରାୟଣ ନନ୍ଦ ଉଭୟଙ୍କୁ ଆଜି କଟକ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କର୍ତ୍ତବ୍ୟରେ କ୍ରିମିନାଲ ଅବହେଳା ପାଇଁ ଉଭୟଙ୍କୁ ଗିରଫ କରାଯାଇଥିବା କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ଡିସିପିଙ୍କ ଅନୁସାରେ, ଶିବ ନାରାୟଣ ନନ୍ଦଙ୍କ ଫୋନ୍‌ରୁ ବାରମ୍ବାର ନିଜ ସହଯୋଗୀ ସହିତ କଥା ହୋଇଥିଲା ହାଇଦର। ମହମ୍ମଦ ମୌସିମ ମଧ୍ୟ ଜଗିବାରେ ଢିଲା କରିଥିଲେ। କଟକ ମଙ୍ଗଳାବାଗ ଥାନାର ଏକ ଦୁଇ ଜଣିଆ ଟିମ୍ ସମ୍ବଲପୁର ଜେଲ୍‌କୁ ଯାଇ ହାଇଦର ଚିକିତ୍ସା ସଂପର୍କିତ କାଗଜପତ୍ର ସଂଗ୍ରହ କରିଛନ୍ତି।

Advertisment

ସମ୍ବଲପୁର ସର୍କଲ ଜେଲର୍ ଆଲୋକ ପ୍ରିୟଦର୍ଶୀ କହିଛନ୍ତି, ହାଇଦରକୁ ଭେଟିବା ପାଇଁ ହସ୍ପିଟାଲକୁ ଏତେ ଆସୁଥିବା କଥା ଶିବ ନାରାୟଣ ନନ୍ଦ ଜେଲ୍ କର୍ତ୍ତୃପକ୍ଷଙ୍କୁ କିଛି ସୂଚନା ଦେଉନଥିଲା। ଏପ୍ରିଲ ୧୦ ତାରିଖ ଅପରାହ୍ନରେ କଟକ ଏସ୍‌ସିବିରୁ ଫେରାର ହୋଇଯାଇଥିଲା ହାଇଦର। ସେହି ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଲ ମୌସିମ। ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୪ ଦିନ ପରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଦରକୁ ପୁଣି ଗିରଫ କରାଯାଇଥିଲା।

Gangster Hyder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ