Advertisment

ଅଞ୍ଜନାଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ଆଲୋଚନା କରୁଥିବା ନେଇ ସୂଚନା ମିଳିଛି

author-image
Sarbeswar
ଅଞ୍ଜନାଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ

Anjana

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ଆଲୋଚନା କରୁଥିବା ନେଇ ସୂଚନା ମିଳିଛି। ଅଞ୍ଜନାଙ୍କ ସହ ସିବିଆଇ ଟିମ୍‌ ପ୍ରାୟ ୩୦ ମିନିଟ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସିବିଆଇ କହିଛି। ତେବେ ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ମହାରାଷ୍ଟରୁ ଗିରଫ କରିଥିଲା କମିଶନରେଟ ପୋଲିସ।

Advertisment

 ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ସିନ୍ ରିକ୍ରିଏଟ୍ କରିଥିଲା ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା କରିଥିଲା ସିବିଆଇ ଟିମ।

କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଇଲା ତାହା ଗୋଟି ଗୋଟିଏ କରି ଦେଖାଇଥିଲା ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ ସେଠାକୁ ନେଇ ଛାନଭିନ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ।

Advertisment

ଏହାସହ ମାର୍ଚ୍ଚ ୪ ତାରିଖରେ ବିବନ ବିଶ୍ୱାଳକୁ ଚିହ୍ନିଥିଲେ ଅଞ୍ଜନା ମିଶ୍ର।  ଝାରପଡ଼ା ଜେଲରେ ଅନୁଷ୍ଠିତ T.I. ପରେଡ଼ରେ ୧୯୯୯ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିିଥିଲେ ପୀଡ଼ିତା ଅଞ୍ଜନା। ତେବେ ଖାଲି ଅଞ୍ଜନା ନୁହଁନ୍ତି, ସେଦିନ ଅଞ୍ଜନାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର୍ ବି ବିବନଙ୍କୁ ଚିହ୍ନି ପାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିଲା। ସେପଟେ

୨୨ ବର୍ଷ ପରେ ଅଭିଯୁକ୍ତ ସହ ସାମ୍ନାସାମ୍ନି ହୋଇଥିଲେ ପୀଡ଼ିତା। କଳଙ୍କିତ କାହାଣୀର ଖଳନାୟକ ସହ ଆମ୍ନାସାମ୍ନା ହୋଇଥିଲେ  ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ର। ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ୍ କରାଯାଇଥିଲା।

ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଆଗତ ଏକ ମାମଲାର ପରିସମାପ୍ତି ଘଟାଇ
ଥିଲେହାଇକୋର୍ଟ। ଘଟଣାରେ ସିବିଆଇ ତଦନ୍ତର ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ୧୯ ବର୍ଷ ତଳେ ନିଜେ ଅଞ୍ଜନା ମିଶ୍ର କରିଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ପରିସମାପ୍ତି ଘଟାଇଥିଲେ।

ସେପଟେ ୨୨ ବର୍ଷ ହେଲା ସେ ନଥିଲେ, ତାଙ୍କ ସହ ଯୋଗାଯୋଗ ନଥିଲା। ୨୨ ବର୍ଷ ତଳୁ ସେ କେଉଁଆଡ଼େ ଚାଲି ଯାଇଥିଲେ। ଖାଲି ଶୁଣିଥିଲି ଏମିତି ଏକ ଘଟଣା ପାଇଁ ସେ କୁଆଡ଼େ ଚାଲି ଯାଇଛନ୍ତି। ଫେବ୍ରୁଆରୀ ୧୩ ତାରିଖରେ  ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏମିତି କିଛି କହିଥିଲେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍‌ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କ ପତ୍ନୀ। ତେବେ ପୁଣି ଥରେ ଅଞ୍ଜନା ମିଶ୍ର ମାମଲାରେ ସିବିଆଇ ସକ୍ରିୟ ହୋଇଥିବା ଚର୍ଚ୍ଚା ଚାଲିଛି।

Anjana Mishra Case
Advertisment
Advertisment