Advertisment

ଓଡ଼ିଶାରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲୁ ରଖିବା ପାଇଁ ଆହୁରି ଟିକା ଆସି ପହଞ୍ଚିଛି। ଆଜି ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି। ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବା ଲାଗି ଆସିଛି। ତେବେ…

author-image
Chandan Shishu
ଓଡ଼ିଶାରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା

covischield

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲୁ ରଖିବା ପାଇଁ ଆହୁରି ଟିକା ଆସି ପହଞ୍ଚିଛି। ଆଜି ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି। ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବା ଲାଗି ଆସିଛି। ତେବେ ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି। ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ହେଲେ ଟିକା ଅଭାବ ଯୋଗୁଁ କେତେକ ସ୍ଥାନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯିବା ଆରମ୍ଭ ହୋଇପାରିନି।

Advertisment

ସେପଟେ ପ୍ରଥମ ଡୋଜ୍ ନେଇଥିବା ଲୋକେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିଲେ ବି ଟିକା ନଥିବାରୁ ସମସ୍ୟା ଭୋଗୁଥିଲେ। ଏଣୁ ଆଜି ଆସି ପହଞ୍ଚିଥିବା ଟିକାରେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି।

Advertisment
Advertisment