Advertisment

ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ଦୁଇ ଗିରଫ

ଭୁବନେଶ୍ୱର :  ଅର୍ଗସ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଗତକାଲିର ଘଟଣାରେ ସଂପୃକ୍ତି ଥିବା ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି କମିଶନ୍‌ରେଟ ପୁଲିସ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ପୁରା ଘଟଣାର ତଦନ୍ତ ଦାୟିତ୍ୱ ଆଡିସନାଲ ଡିସିପିଙ୍କୁ ଦିଆଯାଇଛି। ମାମଲାରେ ଅନ୍ୟ ମାନେ ସଂପୃକ୍ତି ଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଘଟଣା […]

author-image
Pradesh Pratyush
ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ଦୁଇ ଗିରଫ

protest

ଭୁବନେଶ୍ୱର :  ଅର୍ଗସ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଗତକାଲିର ଘଟଣାରେ ସଂପୃକ୍ତି ଥିବା ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି କମିଶନ୍‌ରେଟ ପୁଲିସ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ପୁରା ଘଟଣାର ତଦନ୍ତ ଦାୟିତ୍ୱ ଆଡିସନାଲ ଡିସିପିଙ୍କୁ ଦିଆଯାଇଛି।

Advertisment

ମାମଲାରେ ଅନ୍ୟ ମାନେ ସଂପୃକ୍ତି ଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଘଟଣା ସମୟର ସିସିଟିଭି ଫୁଟେଜ, କ୍ୟାମେରା ଭିଜୁଆଲଙ୍କୁ ତଦାରଖ କରିବା ସହ ଖୋଲତାଡ଼ ଜାରି ରହିଥିବା ଡିସିପି କହିଛନ୍ତି ।

ସେପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଏବେ ବି ଗିରଫ କରାଯାଇନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ବେଆଇନ ପାର୍କିଂ ଫିକୁ ନେଇ ବି କମିଶନରେଟ୍ ପୁଲିସ୍ ତଦାରଖ କରୁଛି । ହାଇକୋର୍ଟ ପକ୍ଷରୁ ଅନୁମତି ଥିବା ନେଇ ଯୁକ୍ତି ବାଢ଼ିଥିବା ମଲ୍‌ର ପକ୍ଷକୁ ଅନୁଧ୍ୟାନ ହେଉଥିବା ସେ କହିଛନ୍ତି।

Advertisment

ଆଜି ସକାଳୁ ଭୁବନେଶ୍ୱର ଏସପ୍ଲାନେଡ୍ ସମ୍ମୁଖରେ ସାମ୍ବାଦିକମାନେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ଖବର କାଗଜର ବରିଷ୍ଠ ସାମ୍ବାଦିକ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଏସ୍‌ପ୍ଲାନେଡ୍‌ରେ ଗତକାଲି ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ୍ ବେଆଇନ୍ ପାର୍କିଂ ଫି ଆଦାୟ ନେଇ ଖବର ସଂଗ୍ରହ କରୁଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ସପିଂ ମଲ୍‌ର ସୁରକ୍ଷାକର୍ମୀ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ମହିଳା ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ବୁମ୍ ଛଡାଇ ନେଇ ଉଭୟଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ।

Advertisment
Advertisment