Advertisment

+୨ ନାମ ଲେଖା ଅବଧି ବଢ଼ିଲା

ଭୁବନେଶ୍ୱର: +୨ ନାମଲେଖା ଅବଧି ବଢ଼ିଲା। ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି। ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି। CBSE ଓ ICSE ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାସେ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଶନ୍ ବେଳେ କୋଭିଡ୍ କଟକଣା ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ରହିଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛି […]

author-image
Ranjeet Kumar Jena
+୨ ନାମ ଲେଖା ଅବଧି ବଢ଼ିଲା

+2

ଭୁବନେଶ୍ୱର: +୨ ନାମଲେଖା ଅବଧି ବଢ଼ିଲା। ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି। ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି। CBSE ଓ ICSE ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମାସେ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଶନ୍ ବେଳେ କୋଭିଡ୍ କଟକଣା ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ରହିଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ତେବେ ମେରିଟ୍ ଲିଷ୍ଟ କେବେ ପ୍ରକାଶ ପାଇବ, ସେ ନେଇ କୌଣସି ଘୋଷଣା କରାଯାଇଛି।

ପୂର୍ବୁରୁ ଅକ୍ଟୋବର ୩ ତାରିଖରେ ମେରିଟ୍ ଲିଷ୍ଟ ତାଲିକା ପ୍ରକାଶ ପାଇବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଯେହେତୁ ଏବେ ନାମଲେଖା ଅବଧି ଆଉ ୪ ଦିନ ବୃଦ୍ଧି ପାଇଛି, ତେଣୁ ମେରିଟ୍ ଲିଷ୍ଟ୍ ତାଲିକା ବିଳମ୍ବରେ ପ୍ରକାଶ ପାଇପାରେ।

Advertisment
Advertisment
Advertisment