Advertisment

ରାଜ୍ୟରେ ଆଉ ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆଉ ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୬ହଜାର ୪୭୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 46 from Kandhamal 35 from Nayagarh 34 from Jajpur 33 from Gajapati 31 from Kendrapara 30 from Balasore 28 from Malkangiri 26 from Bhadrak […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ରାଜ୍ୟରେ ଆଉ ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ

covid19

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆଉ ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୬ହଜାର ୪୭୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

Advertisment

https://twitter.com/HFWOdisha/status/1293551441223720960?s=20

ବୁଧବାର ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଆଗରେ ରହିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୮୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୭୭, ସୁନ୍ଦରଗଡ଼ରୁ ୧୬୩, କଟକରୁ ୧୨୬, କୋରାପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡ଼ରୁ ୫୦, କେନ୍ଦୁଝର ଓ ରାୟଗଡ଼ାରୁ ୪୭ଜଣ ଲେଖାଏ ସୁସ୍ଥ ହୋଇଛନ୍ତି।

ସେହିପରି କନ୍ଧମାଳରୁ ୪୬, ନୟାଗଡ଼ରୁ ୩୫, ଯାଜପୁରରୁ ୩୪, ଗଜପତିରୁ ୩୩, କେନ୍ଦ୍ରାପଡ଼ାରୁ ୩୧, ବାଲେଶ୍ୱରରୁ ୩୦, ମାଲକାନଗିରିରୁ ୨୮, ଭଦ୍ରକରୁ ୨୬, ମୟୂରଭଞ୍ଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗିରରୁ ୧୫, ସୋନପୁରର ୧୪, ନବରଙ୍ଗପୁରରୁ ୧୧, ଜଗତସିଂହପୁରରୁ ୮, ଝାରସୁଗୁଡ଼ାରୁ ୬, ଅନୁଗୁଳରୁ ୪, ବୌଦ୍ଧ ଓ ନୂଆପଡ଼ାରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।

Advertisment
Advertisment
Advertisment