/odishatv-khabar/media/post_attachments/uploadimage/library/16_9/16_9_0/coronavirus-5_1626161917.jpg)
coronavirus
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ପଟିଆ ଶ୍ରୀବିହାରର ଗୋଟିଏ ପରିବାରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟ ଗୋଟିଏ ପରିବାରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍-୪ ଶାସ୍ତ୍ରୀ ନଗରର ଗୋଟିଏ ପରିବାରରୁ ୨ଜଣ, ଡୁମୁଡୁମା ଫେଜ୍-୧ରୁ ଜଣେ, କଳିଙ୍ଗ ବିହାର ଶୈଳବାଳା ଏନ୍କ୍ଲେଭ୍ ନିକଟରୁ ଜଣେ, ସତ୍ୟ ନଗରରୁ ଜଣେ, ନୟାପଲ୍ଲୀ ସବର ସାହିରୁ ଜଣେ, ରସୁଲଗଡ଼ ନେତାଜୀ ବିହାରରୁ ଜଣେ, ଯଦୁପୁରରୁ ଜଣେ ଓ ୟୁନିଟ୍-୩ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଲୋକାଲ୍ କଣ୍ଟାକ୍ଟସ୍ କେସ୍ରେ ପଳାଶୁଣି କପିଳେଶ୍ୱର ବିହାରରୁ ଜଣେ ଓ ଏକ ଘରୋଇ ହସ୍ପିଟାଲ୍ର ଜଣେ କର୍ମଚାରୀ ଅଛନ୍ତି।
ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୮ଜଣ ଚିକିତ୍ସାଧୀନ ଥିବାବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।
/odishatv-khabar/media/post_attachments/wp-content/uploads/2020/06/covid-19-4.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)