Advertisment

ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର: ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ବୟସ ୧୮ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପାରିଆବେଢା ଗାଁର ୧୫ଜଣ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି। ଏପରିକି କାମ ବାବଦରେ ମଜୁରୀ ମଧ୍ୟ ମିଳୁ ନଥିଲା। ଏନେଇ ସେଠାକୁ କାମ କରିବାକୁ ଯାଇଥିବା ଜଣେ […]

author-image
Otv Khabar Bureau
ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକ ଉଦ୍ଧାର

Migrant Labourers

ନବରଙ୍ଗପୁର: ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ବୟସ ୧୮ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି।

Advertisment

ଅଭିଯୋଗ ଅନୁଯାୟୀ, ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପାରିଆବେଢା ଗାଁର ୧୫ଜଣ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି।

ଏପରିକି କାମ ବାବଦରେ ମଜୁରୀ ମଧ୍ୟ ମିଳୁ ନଥିଲା। ଏନେଇ ସେଠାକୁ କାମ କରିବାକୁ ଯାଇଥିବା ଜଣେ ନାବାଳିକା ତାଙ୍କ ଭାଇକୁ ଫୋନରେ ଜଣାଇବା ପରେ ପୁଲିସ୍‌ ଅଭିଯୋଗ କରାଯାଇଥିଲା। ଏହାପରେ ଡାବୁଗାଁ ଥାନା ଆଇଆଇସି, ଜିଲ୍ଲା ଶିଶୁ ସୁରକ୍ଷା  ଅଧିକାରୀ ଓ  ଜିଲ୍ଲା ଶ୍ରମ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ।

Advertisment
Advertisment
Advertisment