Advertisment

ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ…

author-image
Chandan Shishu
ଅଦ୍ୟତନ ହୋଇଛି
ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

checking

ଭୁବନେଶ୍ୱର: ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। ୪୮ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ ଥିଲେ ୭ ଦିନ କ୍ୱାରେଣ୍ଟାଇନ୍ ରହିବେ। ଆନ୍ଧ୍ର, ତେଲେଙ୍ଗାନା ସୀମାନ୍ତ ସବୁ ରାସ୍ତାରେ ଚେକପୋଷ୍ଟ ଲାଗି ନିର୍ଦ୍ଦେଶ ଦିଆୟାଇଛି। କଟକଣା କଡ଼ାକଡ଼ି ଲାଗି ୬ ସୀମାବର୍ତ୍ତୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୬ ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର।

Advertisment

ତେବେ ପ.ବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ଆଗରୁ ସରକାର କଟକଣା ଜାରି କରିଥିଲେ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଂଜ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଚେକିଂ କରାଯାଉଛି। ପଶ୍ଚିମବଙ୍ଗରୁ ଯେକେହି ଆସିଲେ ୧୪ ଦିନ କ୍ୱାରେଣ୍ଟିନ ରହିବେ। ନେଗେଟିଭ ରିପୋର୍ଟ, ଟିକା ୨ ଡୋଜ୍ ନେଇନଥିଲେ କ୍ୱାରେଣ୍ଟିନରେ ରହିବେ। କ୍ଲଷ୍ଟର ସେଣ୍ଟରରେ ରହିବେ ବା ପେଡ୍ କ୍ୱାରେଣ୍ଟିନରେ ରହିପାରିବେ।

ପ.ବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ବି ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ସଂପୃକ୍ତ ଯାତ୍ରୀମାନଙ୍କୁ ହୋମ୍ କ୍ୱାରେଣ୍ଟିନ ମନା କରିଥିଲେ ମୁଖ୍ୟ ସଚିବ। ୨ ଡୋଜ୍ ଟିକା ନେଇଥିବା ଲୋକ ହୋମ୍ କ୍ୱାରେଣ୍ଟିନରେ ରହିପାରିବେ। ପଶ୍ଚିମବଙ୍ଗରେ ନୂଆ ଷ୍ଟ୍ରେନ ଠାବ ହୋଇଥିବାରୁ କଟକଣା କଡ଼ା ହୋଇଛି। ଠାବ ଟ୍ରିପଲ ମ୍ୟୁଟାଣ୍ଟ ଅତି ଘାତକ ହୋଇଥିବାରୁ କଟକଣା ଲଗାଯାଇଛି। ସେହିପରି କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍‌ଲାଇନ୍‌ ଅନୁସାରେ ମଧ୍ୟ ୧୪ ଦିନିଆ କ୍ୱାରେଣ୍ଟିନରେ ରଖିବାକୁ ପରାମର୍ଶ ଦିଆଯାଇଛି।

Advertisment
Advertisment
Advertisment