/odishatv-khabar/media/post_attachments/uploadimage/library/16_9/16_9_0/corona_1626697912.jpg)
Bhubaneswar corona update
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଲୋକାଲ୍ କେସ୍ ଥିବାବେଳେ ୮ଜଣ ହୋମ୍ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 2nd July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/WIUC9NdZgy— BMC (@bmcbbsr) July 2, 2020
ହୋମ୍ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ ପୁରୁଷ ଥିବାବେଳେ ୨ଜଣ ମହିଳା ଅଛନ୍ତି। ଟଙ୍କପାଣି ରୋଡ ଅଞ୍ଚଳରୁ ୫ଜଣ ହୋମ୍ କ୍ୱାରେଣ୍ଟନ୍ରୁ ଚିହ୍ନଟ ହୋଇଥିବାବେଳେ ନୂଆଗାଁ ଅଞ୍ଚଳରୁ ୨ଜଣ, ୟୁନିଟ୍-୧ରୁ ଜଣେ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ହୋଇଥିବା ୫ଲୋକାଲ କେସ୍ ମଧ୍ୟରୁ ଜଣେ ଖଣ୍ଡଗିରି ଶରଧାବାଲି ବସ୍ତିରୁ ୨୧ବର୍ଷୀୟ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମଟାଙ୍ଗି ଅଞ୍ଚଳରୁ ଜଣେ ଯୁବକ, ସାଲିଆସାହିର ଜଣେ ରେଲୱେ ଷ୍ଟାଫ୍ ଓ ନୀଳାଦ୍ରୀ ବିହାରର ୫୭ବର୍ଷୀୟ ବ୍ୟକ୍ତି ଓ ନୀଳଚକ୍ର ନଗରର ଜଣେ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱରରୁ ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଅଧିକ କରୋନା ଖବର ପଢ଼ନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)