Advertisment

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଭୁବନେଶ୍ୱର: କରୋନା କବଳରେ ଶିକ୍ଷକଙ୍କ ଜୀବନ ଯାଉଛି। କୋଭିଡ୍ ଲଢ଼େଇର ଆଗରେ ରହି କେବଳ ଗଞ୍ଜାମ ଜିଲ୍ଲାରେ ଏଯାଏଁ ପ୍ରାଣ ହରାଇଲେଣି ୧୧ ଜଣ ଶିକ୍ଷକ। ତେବେ ପରିତାପର ବିଷୟ ସରକାର ଏମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେଇନାହାନ୍ତି କି ସେମାନଙ୍କ ପରିବାର ଲାଗି ଆର୍ଥିକ ସହାୟତାର ବ୍ୟବସ୍ଥା କରିନାହାନ୍ତି। କରୋନା ଲଢ଼େଇରେ ସାମିଲ ହୋଇ ମୃତ୍ୟୁବରଣ କରୁଥିବା ଶିକ୍ଷକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଶିକ୍ଷକସଂଘ ଦାବି କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଯଥାର୍ଥ […]

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

vv

Advertisment

ଭୁବନେଶ୍ୱର: କରୋନା କବଳରେ ଶିକ୍ଷକଙ୍କ ଜୀବନ ଯାଉଛି। କୋଭିଡ୍ ଲଢ଼େଇର ଆଗରେ ରହି କେବଳ ଗଞ୍ଜାମ ଜିଲ୍ଲାରେ ଏଯାଏଁ ପ୍ରାଣ ହରାଇଲେଣି ୧୧ ଜଣ ଶିକ୍ଷକ। ତେବେ ପରିତାପର ବିଷୟ ସରକାର ଏମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେଇନାହାନ୍ତି କି ସେମାନଙ୍କ ପରିବାର ଲାଗି ଆର୍ଥିକ ସହାୟତାର ବ୍ୟବସ୍ଥା କରିନାହାନ୍ତି। କରୋନା ଲଢ଼େଇରେ ସାମିଲ ହୋଇ ମୃତ୍ୟୁବରଣ କରୁଥିବା ଶିକ୍ଷକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଶିକ୍ଷକସଂଘ ଦାବି କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଯଥାର୍ଥ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଚଢେୟାପଲ୍ଲୀରେ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପରିଡ଼ାଙ୍କ କଥା ଜାଣନ୍ତୁ। ଦିନେ ଯିଏ କୋଭିଡ ରୋଗୀଙ୍କ କଥା ବୁଝୁଥିଲେ ଆଜି ସେ ନିଜେ ମାରାତ୍ମକ ମହାମାରୀରେ ଜୀବନ ହରାଇଛନ୍ତି। ସିଦ୍ଧାର୍ଥ ଗତ ମାସରେ କରୋନାରେ ପ୍ରାଣ ହରାଇଥିଲେ।

ମୃତ୍ୟୁ ପୂର୍ବରୁ ତୁଙ୍ଗଠେଙ୍ଗାପଲ୍ଲୀରେ ଟିଏମସି ବା ଜ୍ୱାରେଣ୍ଟିନ କେନ୍ଦ୍ରରେ ସେ କୋଭିଡ ଡ୍ୟୁଟି କରୁଥିଲେ। ହେଲେ ମୃତ୍ୟୁ ପରେ ଏହି କୋଭିଡ ଯୋଦ୍ଧାଙ୍କ ପରିବାରକୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି।

Advertisment

publive-image

ସେହିପରି ଆଉ ଜଣେ ଶିକ୍ଷକ ହେଲେ କୃଷ୍ଣ ଚନ୍ଦ୍ର ସେଠୀ। ୮ ଦିନ କ୍ୱାରେଣ୍ଟିନ ଡ୍ୟୁଟି ଓ ୨ ଦିନ କୋଭିଡ ସର୍ଭେ କରିଥିବା କବିସୂର୍ଯ୍ୟନଗର ଏହି ଶିକ୍ଷକଙ୍କର ଗତ ମାସ ୧୮ ତାରିଖରେ କରୋନାରେ ମୃତ୍ୟୁ ହୋଇଥିଲା। ତେବେ ସରକାରଙ୍କଠାରୁ ସାହାଯ୍ୟ ତ ଦୂରର କଥା ୨ ମାସ ହେଲା ଦରମା ଟଙ୍କା ମିଳିନଥିବା କୃଷ୍ଣଚନ୍ଦ୍ରଙ୍କ ପତ୍ନୀ କହିଛନ୍ତି। କେବଳ ଏହି ଦୁଇ ଜଣ ନୁହନ୍ତି, କୋଭିଡ ଡ୍ୟୁଟି କରି ମହାମାରୀରେ ପ୍ରାଣ ହରାଇଥିବା ଅନେକ ଶିକ୍ଷକଙ୍କ ପରିବାର ଏବେ ବେସାହାରା ହୋଇପଡ଼ିଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ କୋଭିଡ ଡ୍ୟୁଟି କରିଥିବା ୧୧ ଜଣ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ହେଲାଣି଼। ତେବେ କରୋନା ଲଢ଼େଇର ଆଗରେ ଥିଲେ ମଧ୍ୟ ଏମାନଙ୍କ ଅବଦାନକୁ ସ୍ୱୀକୃତି ଦେଇନାହାନ୍ତି ସରକାର। ପ୍ରବାସୀଙ୍କୁ  କ୍ୱାରେଣ୍ଟିନ କେନ୍ଦ୍ରରେ ରଖିବା ଠାରୁ ଆରମ୍ଭ କରି ଟିଏମସିରେ ସେମାନଙ୍କ ଦେଖାଶୁଣା ଓ କୋଭିଡ ସର୍ଭେ  ଶିକ୍ଷକମାନେ ଦାୟିତ୍ୱର ସହ କର୍ତ୍ତବ୍ୟ ନିର୍ବାହନ କରୁଛନ୍ତି। ଏହା ସତ୍ତ୍ୱେ ସେମାନଙ୍କୁ ସରକାର କୋଭିଡ ଯୋଦ୍ଧାର ମାନ୍ୟତା ଦେଉନାହାନ୍ତି। ଏପଟେ ସ୍ୱାସ୍ଥ୍ୟ କର୍ମୀଙ୍କ ଭଳି କରୋନାରେ ମୃତ୍ୟୁବରଣ କରୁଥିବା ଶିକ୍ଷକଙ୍କୁ ୫୦ ଲକ୍ଷ ଟଙ୍କା ସହାୟତ ଦେବାକୁ ଦାବି କରିଛି ନିଖିଳ ଓଡ଼ିଶା ଶିକ୍ଷକ ସଂଘ। ତେବେ ଯେଉଁମାନେ ଡ୍ୟୁଟିରେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ଲାଗି ବ୍ୟବସ୍ଥା କରାଯାଉଥିବା ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ