/odishatv-khabar/media/post_attachments/uploadimage/library/16_9/16_9_0/gamat_1625532483.jpg)
gamat
ପୁରୀ: ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚାକୁ ନେଇ କେତେ କଥା କେତେ କାହାଣୀ। ପୁଣି ଯଦି ଡାକ୍ତର ଜ୍ୱାଇଁ ହୋଇଥିବେ। ବାହାହୋଇ ପ୍ରଥମ ଥର ଶ୍ୱଶୁର ଘରକୁ ଆସିଥିବେ,ତାହାହେଲେ ଚର୍ଚ୍ଚାଟା ଟିକେ ଅଲଗା ପ୍ରକାର ହୋଇଥାଏ। ଶାଶୁ ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ପରଷିଥାନ୍ତି। ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି। କିନ୍ତୁ ନିମାପଡ଼ାରେ ଦେଖିବାକୁ ମିଳିଛି ପୂରା ଭିନ୍ନ ରକମର ଜ୍ୱାଇଁ ଚର୍ଚ୍ଚା। ଯାହା ଆପଣ କେବେ ଭାବି ନଥିବେ କି ଦେଖିନଥିବେ।
ଏଠାରେ ଶାଶୁ ଜ୍ୱାଇଁଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ୧୦୫ ପ୍ରକାରର ଆଇଟମ୍। ତାହା ପୁଣି ଶୁଦ୍ଧ ଶାକାହାରୀ। ଏହାକୁ ଦେଖି ଜ୍ୱାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ମନ ଭରି ବ୍ୟଞ୍ଜନର ସ୍ୱାଦ ନେଇଥିଲେ।
ଏଭଳି ଭାଗ୍ୟବାନ ଜ୍ୱାଇଁ ହେଉଛନ୍ତି କଟକ ବିଜୁ ପଟ୍ଟନାୟକ ଛକର ଡାକ୍ତର ଶୁଭ୍ରଜିତ୍ ସାହୁ। ବାହାଘର ପରେ ପ୍ରଥମ ଥର ପାଇଁ ନିମାପଡ଼ାରେ ଥିବା ତାଙ୍କ ଶ୍ୱଶୁର ଘର ଯାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି।
ଡାକ୍ତର ଶୁଭ୍ରଜିତ୍ ସାହୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ୧୦୫ ପ୍ରକାରର ଆଇଟମ୍ର ନାଁ ହେଉଛି- ମିଠା ଭାତ, ସାଧା ଭାତ, ଦହି ଭାତ, କୋଳଥ ଡାଲି, ଚଣା ମସଲା, ଆମ୍ୱ ଖଟା, ଆମ୍ୱୁଲ ରାଇତା, ଚିଲି ପନିର୍, ମିକ୍ସି ଭେଜ୍, ବେସର ତରକାରୀ, ସୋୟାବିନ୍ ତରକାରୀ, ଦହି କଡ଼ୀ, ଆଳୁ ପୋଟଳ ଭଜା, ପୋଇ ମସଲା, ଖେଚୁଡ଼ି, ଛତୁ ମସଲା, ପତ୍ର କୋବି, ଫୁଲ କୋବି, ମଟର ତରକାରୀ, ଡାଲମା, ବାଇଗଣ ମସଲା, ଘାଣ୍ଟ ତରକାରୀ, ଦହି ବରା, ଜହ୍ନି ଭଜା, ସଜନାଛୁଇଁ ଭଜା, ସଜନା ଶାଗ ଭଜା, ଫ୍ରାଏଡ୍ ରାଇସ୍, ହରଡ଼ ଡାଲି, ମୁଗ ଡାଲି, ଧହି କାଞ୍ଜି, ବାଇଗଣ ଭଜା, ଭେଣ୍ଡି ଭଜା, ଦହି ବୁନ୍ଦି, ହବିଷ ଡାଲି, ଆଳୁ କଷା, ସନ୍ତୁଳା, ଟମାଟ ଖଟା। କେବଳ ଏତିକି ନୁହେଁ ଆହୁରି ଆଇଟମ୍ ମଧ୍ୟ ଥିଲା ମେନ୍ୟୁରେ।
ଏ ସମ୍ପର୍କରେ ଭାଗ୍ୟବାନ ଜ୍ୱାଇଁ କହିଛନ୍ତି , ଶ୍ୱଶୁର ଘରେ ପ୍ରଥମେ ପହଞ୍ଚିଲା ପରେ ତାଙ୍କର ଘର ବାଡ଼ି ଓ ଗାଁ ବୁଲିବା ପାଇଁ ଗଲୁ। ପରେ ଅଚାନକ୍ ମତେ କହିଲେ ଖାଇବ ଆସ । ମୁଁ ଖାଇବାକୁ ଗଲାବେଳକୁ ଏତେ ପ୍ରକାରର ଆଇଟମ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସବୁ ଆଇଟମ୍କୁ ସଜେଇକି ରଖିଥିଲେ। ବହୁ ପରିଶ୍ରମ କରି ଏତେ ପ୍ରକାରର ଆଇଟମ୍ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)