Advertisment

ଦିନକରେ ହଜାରେ ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୦୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ କେସ୍ ୧୫୪ ଥିବା ବେଳେ ଲୋକଲା କେସ୍ ୮୮୦ ରହିଛି। Update on…

author-image
Chandan Shishu
ଦିନକରେ ହଜାରେ ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

Bhubaneswar

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୦୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ କେସ୍ ୧୫୪ ଥିବା ବେଳେ ଲୋକଲା କେସ୍ ୮୮୦ ରହିଛି।

Advertisment

କେଉଁ ଅଞ୍ଚଳରୁ କେତେ:

ଆଜି ନୟାପଲ୍ଲୀ ଓ ପଟିଆରୁ ସର୍ବାଧିକ ୫୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି ଓ ଲକ୍ଷ୍ମୀସାଗରରୁ ୪୦ ଲେଖାଏଁ, ଓଲଡ ଟାଉନରୁ ୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚନ୍ଦ୍ରଶେଖରପୁରରୁ ୩୫, ଡୁମୁଡୁମାରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କରୋନାରୁ ଆଜି ଆଉ ୧୦୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

ଗତକାଲି ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୪୮ ଜଣ ଆରୋଗ୍ୟ ହୋଇଥିଲେ।

Advertisment
Advertisment