/odishatv-khabar/media/post_attachments/uploadimage/library/16_9/16_9_0/nuapada-3_1626767083.jpg)
nuapada
ନୂଆପଡ଼ା: ନୂଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ଏମାନେ ସମସ୍ତେ ବୋଲେରୋରେ ଯାତ୍ରା କରୁଥିବା ବେଳେ ଏକ ଟ୍ରକ୍ ସାମ୍ନା ପଟରୁ ଧକ୍କା ଦେଇଥିଲା।
Advertisment
ସମସ୍ତ ମୃତକ ଛତିଶଗଡ଼ର ପିଠୋରା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ନୂଆପଡ଼ା ଜିଲ୍ଲା କୋମନାରେ ବୈଷ୍ଣୋଦେବୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ସିଲଦା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)