Advertisment

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କାଶଲପୁରା ଜଙ୍ଗଲରୁ ପୋଲିସ ଆଜି ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ସୁବଳୟା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଜବତ କରି ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୁବଳୟା ଅଞ୍ଚଳ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହୋଇଥାଆନ୍ତା। ଅଭିଯୋଗରୁ ପ୍ରକାଶ, ମାଫିଆମାନେ ଚୋରା ଗଞ୍ଜେଇକୁ ଟ୍ରକ୍‌ରେ ଭର୍ତ୍ତି କରି କାଶଲପୁରା ଜଙ୍ଗଲରେ ଲୁଚାଇ ରଖିଥିଲେ। କୌଣସି […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ganaja

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କାଶଲପୁରା ଜଙ୍ଗଲରୁ ପୋଲିସ ଆଜି ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ସୁବଳୟା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଜବତ କରି ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୁବଳୟା ଅଞ୍ଚଳ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହୋଇଥାଆନ୍ତା।

Advertisment

ଅଭିଯୋଗରୁ ପ୍ରକାଶ, ମାଫିଆମାନେ ଚୋରା ଗଞ୍ଜେଇକୁ ଟ୍ରକ୍‌ରେ ଭର୍ତ୍ତି କରି କାଶଲପୁରା ଜଙ୍ଗଲରେ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅଚାନକ ଉକ୍ତ ଜଙ୍ଗଲରେ ଚଢ଼ଉ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଦୁଇଟି ଗାଡି ସହ ୪ଜଣକୁ ଗିରଫ କରିଛି।

କେତେଦିନ ଧରି ଏହି ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିଲା, ତାହା ଉପରେ ପୋଲିସ ତଦନ୍ତ କରୁଛନ୍ତି। ଏହାଛଡ଼ା ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ପୋଲିସ ତାହା ଉପରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

Advertisment
Advertisment
Advertisment