Advertisment

ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଜେଲ୍ ଦଣ୍ଡ

ଭୁବନେଶ୍ୱର: ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ।ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫ ହଜାର ଯାଏ ଜରିମାନା ଦେବାକୁ ପଡ଼ିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି। ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ କରାଯାଇଛି। ସେହିପରି କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ସାମିଲ କରାଯାଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀ ସାମିଲ ହେଲେ ଦଣ୍ଡିତ ହେବେ। ଯଦି […]

author-image
Chandan Shishu
ଅଦ୍ୟତନ ହୋଇଛି
ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଜେଲ୍ ଦଣ୍ଡ

strike

ଭୁବନେଶ୍ୱର: ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ।ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫ ହଜାର ଯାଏ ଜରିମାନା ଦେବାକୁ ପଡ଼ିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି।

Advertisment

ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ କରାଯାଇଛି। ସେହିପରି କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ସାମିଲ କରାଯାଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀ ସାମିଲ ହେଲେ ଦଣ୍ଡିତ ହେବେ।

ଯଦି କେହି ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କରେ ଦଣ୍ଡିତ ହେବେ। ସମର୍ଥନ କରି ଆର୍ଥିକ ସହାୟତା କଲେ ବି ଦଣ୍ଡିତ ହେବେ। ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡବିଧାନ ରହିଛି।

Advertisment
Advertisment
Advertisment