ସଂକ୍ଷେପରେ ଆଜିର ତାଜା ଖବର - Wednesday, 21 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି କାଳ ସାଜିଲା କି ମୁକୁଳା ଡ୍ରେନ୍ ? ନାବାଳକ ଭାସିଯାଇ ନିଖୋଜ

ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି। More

୧୮ IAS ଅଫିସରଙ୍କ ଅଦଳବଦଳ କଲେ ସରକାର

ଉଷା ପାଢୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମିଳିଛି। More

AIRTEL-BSNL-JIO; ଓଡ଼ିଶାରେ କାହାର ଗ୍ରାହକ କେତେ ?

୩ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସରକୁ ସର୍ବଭାରତୀୟ ସ୍ତରର ଘରୋଇ ମନୋରଞ୍ଜନ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା । More

ଭୟଙ୍କର ବଜ୍ରପାତ ! ୮ ଜଣଙ୍କ ଜୀବନ ଚାଲିଗଲା, ୫ ଗୁରୁତର

ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି। More

ନ୍ୟାୟ ପାଇଁ ଲଢ଼େଇ ! ୧୩ ଦିନ ହେଲା ଆନ୍ଦଳନରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ

କୋଲକାତା ଯାଇ ଗ୍ରାଉଣ୍ଡରୁ ଆକ୍ରୋଶ ପରଖିଲା ଓଟିଭି । ଲାଗିଲା ଅଭିଯୁକ୍ତ ସଂଜୟ ସୈତାନୀକାଣ୍ଡର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । More

ରାଜ୍ୟସଭା ନାମାଙ୍କନରେ ଟ୍ୱିଷ୍ଟ ! ବିଜେପିରୁ ମମତା ସ୍ୱାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ...

ବିଧାୟକ ଅଶୋକଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ଆଗକୁ ବିଜେଡିର ବହୁ ନେତା ବିଜେପିରେ ମିଶିବେ କହିଲେ ଅଶୋକ। More

ଚିକିଟି ବିଷାକ୍ତ ମଦ ମୃତ୍ୟୁକୁ ନେଇ ହଇଚଇ, ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ

ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି। ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର। More

ହକି ହିରୋଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା

ହକି ହିରୋଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବର୍ଦ୍ଧନା । ବିମାନ ବନ୍ଦରରୁ ବିଶାଳ ରୋଡ୍ ସୋ'ରେ ପହଞ୍ଚିଥିଲେ କଳିଙ୍ଗ ଷ୍ଟାଡିୟମ । More

ଏତେ ଚାଉଳ ଆସିଲା କେଉଁଠୁ ? କେନାଲ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଅରୁଆ ଚାଉଳ !

ଏହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଉଳ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। More

ଶ୍ରାବଣରେ ଜମି ଫାଟି ଆଁ କରିଛି; ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଏଥର ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। More

ଓଡ଼ିଶାକୁ ଆସିଲା ପଶ୍ଚିମବଙ୍ଗ ଆଳୁ ଗାଡ଼ି; ଏଥର କମିବ ଦର !

ପଶ୍ଚିମବଙ୍ଗ ସରକାରଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ଆଜି ଓଡ଼ିଶା ସୀମାରେ ଅଟକି ରହିଥିବା ଆଳୁ ଗାଡ଼ି ଓଡ଼ିଶାରେ ପ୍ରବେଶ କରିଛି । More

ମଦ ମୃତ୍ୟୁ ନେଇ ଗୃହରେ ହଟ୍ଟଗୋଳ; RDCସ୍ତରୀୟ ତଦନ୍ତ ଦାବି କଲା ବିଜେଡି

ବିଧାନସଭାରେ ଚିକିଟି ମଦ ମୃତ୍ୟୁ ଘଟଣାରେ ବିଜେଡିର ହଟ୍ଟଗୋଳ । ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଏହାର RDC ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି। More

ବେଆଇନ କଫ୍‌ ସିରପ ଚାଲାଣ ବେଳେ ମାଡ଼ିବସିଲା ପୋଲିସ; ୨ଗିରଫ

ସମ୍ବଲପୁର ସିନ୍ଦୁରପଙ୍କ ନିକଟରେ ୨୪୦୦ ବୋତଲ କଫସିରପ ଜବତ। କୋଲକତାରୁ ସମ୍ବଲପୁରକୁ ବେଆଇନ ଭାବେ କଫ ସିରପ ଚାଲାଣ ହେଉଥିବା ବେଳେ ସମ୍ବଲପୁର ଅବକାରୀ ବିଭାଗ ଏହି କଫ ସିରପ ଜବତ କରିଛି। More

ବଢିଲା ମଧ୍ୟାହ୍ନ ଭୋଜନ ସହାୟତା ରାଶି; ଆଉ ମିଳିବନି ପାଣିଆ ଡାଲି !

ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାର ପ୍ରତି ମିଲ୍‌ ପିଛା ୧ ଟଙ୍କା ଅଧିକ ଖର୍ଚ୍ଚ କରିବେ। More

ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ; ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ !

ଆଜି ବି ଗୃହ ହୁଲସ୍ତୁଲ ହୋଇପାରେ। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରୀ ଦଳକୁ ଘେରି ପାରନ୍ତି। More

ବଡ଼ ଖବର: ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା...

ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର।  ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା ।  More

Panchang Today 21th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୭.୧୨ ଗତେ ମୀନ ତିଥି-୨ ୟା ସନ୍ଧ୍ୟା ୦୫.୦୭ ଗତେ ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୭.୧୨ ଗତେ ଧନୁ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୭ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୩୩ ପର୍ଯ୍ୟନ୍ତ  More

ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପର ଖୋଲିଲା ଆଉ ଏକ ଟନେଲ

ବୌଦ୍ଧ ପୁରୁଣାକଟକରୁ ଚାରିଛକକୁ ସଂଯୋଗ କରୁଛି ରାସ୍ତା । ବୌଦ୍ଧରେ ରହିଛି ରେଳ ପ୍ରକଳ୍ପର ୪ଟି ଟନେଲ । More

ଏମିତି ବି ଯାଏ ଜୀବନ ! CPR ଦେଇ ଜୀବନ ବଞ୍ଚାଇବାକୁ OTV ସାମ୍ବାଦିକଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ

ଅସୁସ୍ଥଙ୍କୁ ମେଡିକାଲ ନେବାକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପିସିଆର ଭ୍ୟାନରେ ହସ୍ପିଟାଲ ଯିବା ପରେ ମୃତ ଘୋଷଣା । More

‘ଚିନ୍ତା କରନ୍ତୁନି, ୫ ଦିନ ଭିତରେ ୪୮ ହଜାର କ୍ୱିଟାଲ ଆଳୁ ଓଡ଼ିଶାରେ ପହଞ୍ଚିବ’

୪୮ ହଜାର କ୍ବିଣ୍ଟାଲ ଆଳୁ ଅଣାଯିବା ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ଆଳୁ ପରେ ତାତିଲାଣି ପିଆଜ ବଜାର । More

ଅବସର ପରେ ଥଇଥାନ ଅଫିସରଙ୍କ ଥରିଲା ଛାତି, ବିଦା ପୂର୍ବରୁ ଦେଲେ ଇସ୍ତଫା..!

ବିଜେଡିର ହାତବାରିସୀ ସାଜି ଥଇଥାନ ହୋଇଥିବା ବାବୁ ଛାନିଆ । ଆଗୁଆ ଇସ୍ତଫା ଦେଲେଣି ଏକ୍ସଟନସନ ନେଇଥିବା କିଛି ଅଧିକାରୀ । More

ଓଡ଼ିଶାରେ ମେଡିକାଲ କଲେଜ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କେମିତି ?

ମହିଳା ଡାକ୍ତରଙ୍କ ସୁରକ୍ଷାକୁ ନେଇ ବଢୁଛି ଉଦବେଗ । ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭିମସାର୍ ଓ ବାରିପଦାର ପିଆରଏମରେ ବିଳମ୍ବିତ ରାତିରେ ସୁରକ୍ଷା ସ୍ଥିତି ପରଖିଲା ଓଟିଭି । More