• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରାଜ୍ୟର ପ୍ରମୁଖ ମେଡାକାଲ କଲେଜରେ କେମିତି ରହିଛି ମହିଳା ଡାକ୍ତରଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ? ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭିମସାର୍ ଓ ବାରିପଦାର ପିଆରଏମ୍ । ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଥିବା ଏ ୩ ପ୍ରମୁଖ ମେଡିକାଲ କଲେଜ୍ ହସ୍ପିଟାଲରେ କେମିତି ରହିଛି ମହିଳା ଡାକ୍ତରଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ? ବିଶେଷକରି ୨୪ ଘଣ୍ଟିଆ ଡ୍ୟୁଟି ଭିତରେ ରାତିବେଳା କେତେ ସୁରକ୍ଷିତ ମହିଳା ଡାକ୍ତର ? 

ବ୍ରହ୍ମପୁର MKCG ମେଡିକାଲ କଲେଜରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ସୁରକ୍ଷାର ସ୍ଥିତି ପରିଖିବାକୁ ରାତି ପ୍ରାୟ ଗୋଟାଏ ବେଳେ ମେଡିକାଲ କାଜୁଆଲିଟିରେ ରିଅଲିଟି ଚେକ୍ କରିଥିଲେ ଆମ ପ୍ରତିନିଧି । ବିଳମ୍ବିତ ରାତିରେ ରୋଗୀଙ୍କ ସଂଖ୍ୟା କିଛି କମ୍ ନଥିଲା । କେବଳ ଡ୍ୟୁଟିରେ ଥିଲେ ୩ରୁ ଅଧିକ ମହିଳା ଡାକ୍ତର । ତେବେ ରୋଗୀଙ୍କ ଜୀବନ ରକ୍ଷା ଲାଗି କାର୍ଯ୍ୟବ୍ୟସ୍ତତା ଭିତରେ ନିଜ ସୁରକ୍ଷା କଥା ଭୁଲି ଯାଉଥିବା ଏହି ମହିଳା ଡାକ୍ତରମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

ଉତ୍ତର ଓଡ଼ିଶାର ଲାଇଫ୍ ଲାଇନ୍ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍ । ଏଠାକୁ ଆମ କ୍ୟାମେରା ଟିମ୍ ପ୍ରବେଶ କରିବା ବେଳକୁ ଘଣ୍ଟାରେ ବାଜିଥିଲା ରାତି ୧୨ଟା ୧୫ । ରାତି ସମୟରେ ବି ଏମର୍ଜେନ୍ସିରେ ରୋଗୀଙ୍କ ସଂଖ୍ୟା କିଛି କମ୍ ନଥିଲା। ଆଉ ଡିଉଟିରେ ଥିଲେ ମହିଳା ଡାକ୍ତର । ଏ ମେଡିକାଲ ପରିସରରେ ଗୋଟିଏ ପୋଲିସ ଆଉଟ୍ ପୋଷ୍ଟ କାର୍ଯ୍ୟ କରୁଥିଲେ ବି, କର୍ତ୍ତବ୍ୟରେ ଥିବା ମହିଳା ପୋଲିସ୍ କର୍ମଚାରୀ ଜଣକ କିନ୍ତୁ ନିଘୋଡ଼ ନିଦରେ ଶୋଇ ସାରିଥିଲେ ।

କିଛି ଆଇନ୍ ଶୃଙ୍ଖଳା କିମ୍ବା କୌଣସି ଅଘଟଣ ରୋକିବାକୁ ଏଠି ଯେମିତି କେହି ନାହିଁ । ତାରି ଭିତରେ ଅସାମାଜିକଙ୍କଠାରୁ ନିଜ ସୁରକ୍ଷା ଓ ରୋଗୀ ସମ୍ପର୍କୀୟଙ୍କଠାରୁ ଆକ୍ରୋଶର ଭୟକୁ ମନ ଭିତରେ ଚାପି ଦେଇ କାମ କରିବାକୁ ପଡେ ବୋଲି କ୍ଷୋଭର ସହ କହିଛନ୍ତି କିଛି ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ।

ପଶ୍ଚିମ ଓଡ଼ିଶାର ପ୍ରମୁଖ ତଥା ରୋଗୀଙ୍କ ପ୍ରାଣକେନ୍ଦ୍ର ବୁର୍ଲାର ଭିମସାରରେ ମଧ୍ୟ ମହିଳା ଡାକ୍ତରଙ୍କ ସୁରକ୍ଷା ସ୍ଥିତି ପରଖିଛି ଓଟିଭି । ମେଡିକାଲରେ ୨୪ ଘଣ୍ଟିଆ ସେବା ପାଇଁ ବିଳମ୍ବିତ ରାତିରେ ବି ଡ୍ୟୁଟିକୁ ଯିବା ଆସିବା କରନ୍ତି ମହିଳା, ଟ୍ରେନି ଓ ପିଜି ଡାକ୍ତର । ହେଲେ ଯାଆସ ବେଳେ ଏମାନେ ନିଜକୁ ଆଦୌ ସୁରକ୍ଷତି ବୋଲି ଭାବନ୍ତିନି । କାରଣ ସବୁବେଳେ ଅନ୍ଧାର ରାଜୁତି କରୁଥାଏ ହଷ୍ଟେଲରୁ ମେଡିକାଲ ପର୍ଯ୍ୟନ୍ତ ରାସ୍ତା । ନା ହଷ୍ଟେଲ ନା ହସ୍ପିଟାଲ ଗେଟ୍, କେଉଁଠି ବି ନାହିଁ ସିସିଟିଭି କ୍ୟାମେରା ବ୍ୟବସ୍ଥା । ମେଡିକାଲ ବାହାର ପରିବେଶ ଭଳି, ଭିତରେ ବି ମହିଳା ଡାକ୍ତଙ୍କ ପାଇଁ କୌଣସି ପୃଥକ ବିଶ୍ରାମ ଗୃହ ନଥିବା କକହିଛନ୍ତି ବୁର୍ଲା ଭିମସାରର ମହିଳା ଡାକ୍ତର ।

 

  • Reported by:
  • ASHOK BRAHMA , SANJAY JENA , MANIK Lal PANI

OTV is now on Whatsapp

Join and get latest news update delivered to you via whatsapp

Join Now