• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଆଜି ଦ୍ବିତୀୟ ଦିନ। ଆଜି ବି ଗୃହ ହୁଲସ୍ତୁଲ ହୋଇପାରେ। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରୀ ଦଳକୁ ଘେରି ପାରନ୍ତି। ଆଜି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମଏସଏମଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି। 

ଆଜିଠାରୁ ଗୃହରେ ଖର୍ଚ୍ଚଦାବି ଆଲୋଚନା ହେବ। ଏସସି/ଏସଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ଗତକାଲି ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ପ୍ରବଳ ତମ୍ବିତଫାନ ହୋଇଥିଲା। ଗୃହରେ କଡ଼ା ଆଭିମୁଖ୍ୟ ରଖି ଶାସକ ଦଳକୁ ଘେରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ହଟ୍ଟଗୋଳ ଓ ନାରାବାଜି ଯୋଗୁ ସକାଳେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ପାରି ନଥିଲା। ଆଜି ବି ହଟ୍ଟଗୋଳ କରିପାରନ୍ତି।

ଅଧିକ ପଢ଼ନ୍ତୁ: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ପ୍ରଭାବ...

ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଗୃହ ତ୍ୟାଗ କରିଥିବା ବେଳେ କେବଳ ଶାସକ ଦଳ ସଭ୍ୟଙ୍କୁ ନେଇ ଗୃହ ଚାଲିଥିଲା । ତେଣୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ସେହି ପୁରୁଣା ଦାବିକୁ ଉଠାଉଛନ୍ତି ନା ଗୃହ କାର୍ଯ୍ୟ ସ୍ୱାଭାବିକ ହେଉଛି ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିପାରେ । ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବ ।

OTV is now on Whatsapp

Join and get latest news update delivered to you via whatsapp

Join Now