ସଂକ୍ଷେପରେ ଆଜିର ତାଜା ଖବର - Friday, 28 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୁବାଇରେ ଓଡ଼ିଶାର 'ଆମ୍ରପଲ୍ଲି' ଆମ୍ବ; ଅନ୍ତଃରାଷ୍ଟ୍ରୀୟ ବଜାରରେ ରହିଛି ବେଶ ଚାହିଦା

ଚଳିତ ବର୍ଷ କଳାହାଣ୍ଡିରେ ୪୫ ହଜାର ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି। ଆଉ କଳାହାଣ୍ଡିରୁ ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ଅଢ଼େଇ ଟନ୍ ଆମ୍ରପଲ୍ଲି କିସମ ଆମ୍ବ ଦୁବାଇ ଯାଇଛି। More

ପାନପୋଷ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣରେ ହୋଇଛି କି ଅର୍ଥ ହେରଫେର୍?

ଘରେ ପଶୁ ପଶୁ ଚାଳ ବାଜିଲାଣି। ଦୁଇ ମାସ ହେବ ଦୋକାନ ଆଲର୍ଟମେଣ୍ଟ ହୋଇଛି। ହେଲେ ସମସ୍ୟା ଯେ କାହିଁରେ କଣ। ରାଉରକେଲା ସହରକୁ ପ୍ରବେଶ ପଥ ନିକଟରେ ନିର୍ମାଣ ହୋଇଛି ପାନପୋଷ ମାର୍କେଟ୍। More

୧୮ ବର୍ଷ ହେଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଛି ବାଡ଼, ମନ୍ଦିରକୁ ପ୍ରବେଶ ବାରଣ

୧୮ ବର୍ଷ ହେଲାଣି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଛି ବାଡ଼ । ମନ୍ଦିରକୁ ପ୍ରବେଶ ବାରଣ । ୫୦ ଫୁଟ୍ ଦୂରରୁ ଲୁହା ଗ୍ରୀଲ୍ ଫାଙ୍କରୁ ଶ୍ରଦ୍ଧାଳୁ କରୁଛନ୍ତି ଦିଅଁ ଦର୍ଶନ । More

ବବି ଫଶିଲେ, ଜିତୁ ବି ଫଶିବେ ! ପ୍ରାଇଭେଟ୍ ପ୍ଲଟ୍‌ରେ ବିଧାୟକ ଓ ସାଂସଦ ପାଣ୍ଠି ଲାଗିଲା କେମିତି ?

ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍‌ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି। More

ଫିଟୁଛି ଠକ ଡାକ୍ତରର ଗୁମର; କେମିତି କରୁଥିଲା ରୋଗୀସେବା, ସାମ୍ନାକୁ ଆସିଲା ସତ

ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା । More

ଜୋରସୋରରେ ଚାଲିଛି ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କାମ

ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଡକାଯାଇ ବୁଦ୍ଧିଜୀବୀ, ଟ୍ରଷ୍ଟ ବୋର୍ଡ଼ କର୍ମକର୍ତ୍ତା, ସେବାୟତ, ଶାନ୍ତି କମିଟି ସଦସ୍ୟ, ଜନସାଧାରଣ ତଥା ବିଭିନ୍ନ ବିଭାଗର ସହଯୋଗ କାମନା କରାଯାଇଛି। More

ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। More

ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। More

ଆଇନ ମନ୍ତ୍ରୀ କହିଲେ, ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା

ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଯାହା ନିର୍ବାଚନରେ କୁହାଯାଇଥିଲା ତାକୁ ଗ୍ରାଉଣ୍ଡରେ କରି ଦେଖାଇବେ ସରକାର । More

ଆଟାକିଂ ମୁଡରେ ଧର୍ମଶାଳା ବିଧାୟକ, ପ୍ରଣବ ବଳବନ୍ତରାୟଙ୍କୁ କଲେ ସିଧା ଆଟାକ୍

ଆଟାକିଂ ମୁଡ୍ ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ନବୀନ ସରକାର ଓ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । More

ରାସ୍ତା ଉପରେ ଅଚାନକ ଜଳିଗଲା ମୋ ବସ୍‌

ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ । କିଛି ସମୟ ପରେ ବସ୍‌ଟି ଜଳିଯାଇଥିଲା । More

Panchang Today 28th June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ..

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୭ମୀ ଦିବା ୦୪.୨୭ ଗତେ ୮ମୀ। ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୧୦ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୪.୨୭ ପର୍ଯ୍ୟନ୍ତ। More

ନୂଆ ମୋହନ ସରକାରଙ୍କ ପାଇଁ ଅଛି ଏହିସବୁ ଚ୍ୟାଲେଞ୍ଜ୍

ବର୍ତ୍ତମାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିଜେଡି ମାର୍କା ଅଫିସରଙ୍କୁ ବଦଳି ଚାଲିଛି। କର୍ପୋରେସନ ଗୁଡ଼ିକରେ ଏ ସରକାରର ଲୋକ ଅବସ୍ଥାପିତ ହୋଇନାହାଁନ୍ତି, ତେଣୁ କାମ କେବେ ଆରମ୍ଭ ହେବ ତାହା ଦେଖିବାର କଥା। More

ଅନ୍ଧାରରେ ବାଲେଶ୍ୱର ସହରର ପ୍ରବେଶ ପଥ; ବଢୁଛି ଦୁର୍ଘଟଣାର ଆଶଙ୍କା

ସୂର୍ଯ୍ୟାସ୍ତ ହୋଇଯିବା ପରେ ଏଠି ଚାରିଆଡ଼ କିଟିକିଟି ଅନ୍ଧାର। ଲାଇଟ୍ ପୋଷ୍ଟ ଅଛି, ହେଲେ ଜଳୁନି। ମିଶାଇଲ ସିଟି କୁହାଯାଉଥିବା ବାଲେଶ୍ୱର ସହରର ଦୃଶ୍ୟ ସାଙ୍ଘାତିକ। More

IAS ଙ୍କ ପରେ ଗାଦିମଡ଼ା OAS ଙ୍କ ଖୋଲୁଛି ଗୁମର: ଚାଟୁକାରିତା କରି ଗୋଟିଏ ଜାଗାରେ ବର୍ଷବର୍ଷ

ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି। More

ଆଗକୁ ଶ୍ରୀମନ୍ଦିରରେ କେମିତି ହେବ ଭିଡ଼ ନିୟନ୍ତ୍ରଣ ? କିଭଳି ହେବ ରତ୍ନଭଣ୍ଡାରରେ ଅଳଙ୍କାର ଗଣତି-ମଣତି ?

ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମତ ରଖିଲେ ଗଜପତି ମହାରାଜ । କହିଲେ ମହାପ୍ରଭୁଙ୍କ ପାଇଁ ଯଥେଷ୍ଟ ନୁହେଁ ୫୦୦ କୋଟିର କର୍ପସ୍ ଫଣ୍ଡ୍ । More

ଶ୍ରୀଜିଉଙ୍କ ରଥ ସଖୀଙ୍କୁ ଖାଇଗଲେ ଉଈ ! ରଥଯାତ୍ରା ପୂର୍ବରୁ ସମ୍ଭବ ନୁହେଁ ନୂଆ ସଖୀ ନିର୍ମାଣ...

ଏଥର ଶ୍ରୀଜୀଉଙ୍କ ରଥରେ କମିବ କି ସଖୀଙ୍କ ସଂଖ୍ୟା । ବେପରୁଆ ରକ୍ଷଣାବେକ୍ଷଣକୁ ନେଇ ଉଦବେଗ । ମ୍ୟୁଜିୟମ୍ କରି ସଂରକ୍ଷଣ ପାଇଁ ଦାବି । More