ସଂକ୍ଷେପରେ ଆଜିର ତାଜା ଖବର - Friday, 19 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପଣ୍ଡିତ ବିଶ୍ୱନାଥ ପାଠାଗାରକୁ କେବେ ମିଳିବ ସ୍ଥାୟୀ କୋଠା ? ତାତିରେ ହନ୍ତସନ୍ତ ଛାତ୍ରଛାତ୍ରୀ

ଡହଡହ ଖରା, ଆଉ ତା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଲୋକେ। ଏହି ସମୟରେ ପାଠାଗାରରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ। କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ହେବା ପରେ ସେଠାରେ ଅସ୍ଥାୟୀ ଭାବେ ଚାଲିଛି ପାଠାଗାର। More

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା !

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ । More

ସିମ୍ପାଞ୍ଜି ଖୋଜୁଛି ତାତିରୁ ମୁକ୍ତି, ମହାବଳ ପୂରା ନିର୍ବଳ; କାଉନ୍ଦା ନନ୍ଦନକାନନ ଜୀବଜନ୍ତୁ

ପାଣି କୁଣ୍ଡ ଉପରେ ଛିଡ଼ା ହୋଇଛି ବୁଢ଼ା ଶାଗୁଣା। ଆଉ ତାତିରୁ ଖୋଜୁଛି ମୁକ୍ତି। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୁମ୍ଫାରୁ ବାହାରିବାକୁ ଡରୁଛି ଭାଲୁ। ଯଦିଓ ଲଗାତର ପାଣି ସିଞ୍ଚା ଚାଲିଛି, ତଥାପି ଖରାରେ ଦେହ ଦେବାକୁ ଜୁ ପାଉନି। କେତେବେଳେ କେମିତି ଟିକେ ବାହାରକୁ ମୁହଁ ଦେଖାଇ ପୁଣି ଗୁମ୍ଫା ଭିତରକୁ ପଶିଯାଉଛି। More

ମେଣ୍ଟ ନ ହେବାର କାରଣ; ନବୀନଙ୍କ ସହ ହେବ ସାମ୍ନାସାମ୍ନି ଲଢ଼େଇ ହେବ କହିଲେ ଶାହ

‘ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ। ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି।’ More

ଜେଲ୍‌ରେ ସାଥିଙ୍କୁ ଭେଟିବାକୁ ଆସିଥିଲା ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ; ମାଡ଼ିବସିଲା ପୋଲିସ

କମିଶନରେଟ ପୋଲିସ ହାତରେ ଲାଗିଲା ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ରାହୁଲ ସେଠୀ। ଦିଲ୍ଲୀ, ବିହାର, ଝାଡଖଣ୍ଡ ସହ ମାୟାନଗରୀ ମୁମ୍ବାକୁ କରୁଥଲା ଗଞ୍ଜେଇ ଚାଲାଣ। ଡିଲ୍ ପାଇଁ ବିମାନରେ ଯାଉଥିଲା ଆଉ ଦାମୀ କାରରେ କରୁଥିଲା ଗଞ୍ଜେଇ ଚାଲାଣ। More

କଲବଲ କରୁଛି ତାତି; ତାପମାତ୍ରାରେ ଆଜି ଭୁବନେଶ୍ୱରକୁ ଟପିଗଲା କଟକ

ପ୍ରଚଣ୍ଡ ତାତିରେ କଲବଲ ସାରା ଓଡ଼ିଶା। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଛି। ୩୨ ସହର ତାପମାତ୍ରା ୪୦ ଉପରେ ରହିଲା। More

ବୁଡ଼ିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ! ୧ ମୃତ, ୬ ନିଖୋଜ

ଓଡ୍ରାଫ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି । More

ବିଜେଡି ଛାଡିବେ ପ୍ରସନ୍ନ ପାଟ୍ଟଶାଣୀ, ବିଜେପି ସହ କରୁଛନ୍ତି କି ଭିତିରି ଆଲୋଚନା !

ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି। More

ତାଳଦଣ୍ଡାରେ ପାଣି ଯାଉନି, ଡହଳ ବିକଳ ହେଲେଣି ପାରାଦୀପ !

ବାଲେଶ୍ୱର ପୌରପାଳିକାର ୮ ଓ ୧୩ ନମ୍ବରରେ ମିଳୁନି ପାଣି । ୱାର୍ଡରେ ସପ୍ତାହେ ହେବ ଆସୁନି ପାନୀୟ ଜଳ । More

ପୁରୀରେ ଏଥର ମୁଖ୍ୟ ମୁଦ୍ଦା, କିଏ ଖୋଲିବ ଶ୍ରୀମନ୍ଦିରର ଚାରିଦୁଆର ?

ନୋଟାରେ ଭୋଟ୍ ଦେବାକୁ ଭୋଟରଙ୍କ ଚେତାବନୀ । ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି କହିଲା କଂଗ୍ରେସ । More

ପୁରୀରେ ପହଞ୍ଚିଲା ୨୬ ରଥ ଦଉଡ଼ି, ମାସେ ହେଲା ତିଆରି କରୁଥିଲେ ୧୪ କାରିଗର

ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ଦ୍ୱାରା ପ୍ରସ୍ତୁତ ଦଉଡ଼ି । ପ୍ରାୟ ମାସେ ଧରି ଦଉଡ଼ି ତିଆରିରେ ଲାଗିଥିଲେ ୧୪ ଜଣ କାରିଗର । More

‘ବିଜେପିରେ ଯୋଗଦେବେ ଆଉ କିଛି ବିଜେଡିର ହେଭିୱେଟ୍‌ ନେତା’

 ଖୁବଶୀଘ୍ର ବିଜେପିରେ ଯୋଗଦେବେ ବିଜେଡିର ଆଉ କିଛି ହେଭିୱେଟ୍। ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । More

ନିର୍ମାଣ କାମ ବେଳେ ଦୁର୍ଘଟଣା; ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ

ବଡ଼ ଦୁର୍ଘଟଣା । ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ ।  More

ତାତିରେ ଆଉଟୁପାଉଟୁ ରାଜ୍ୟବାସୀ; ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ...

କଲବଲ କରୁଛି ଅସହ୍ୟ ଖରା। ଆଜି ପାଇଁ ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ । More

ରାଜ୍ୟରେ ପ୍ରଥମ ଫେଜ୍ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୨୫ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲର ପ୍ରକ୍ରିୟା । More

ଅଢ଼େଇ ଦଶନ୍ଧି ଧରି ଶାସନର ମଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହାତରେ, ତଥାପି ବଦଳିନି ହିଞ୍ଜିଳି; କଣ୍ଟାବାଞ୍ଜିକୁ ନେଇ ପ୍ରଶ୍ନ

ନବୀନଙ୍କ ୨୪ ବର୍ଷର ଶାସନ ପରେ ବି ଭୋକର ଭୂଗୋଳ ଭିତରେ ଦି’ମୁଠା ଦାନା ପାଇଁ ଦାଦନ ଯାଉଛି ଗରିବ ଖଟିଖିଆ ମଣିଷ । ସେ ଗଞ୍ଜାମ ହେଉ ଅବା ବଲାଙ୍ଗିର । ଆଜି ବି ଦାଦନ ଦହନରେ ଜଡ଼ସଡ଼ । More

ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍, ମେଣ୍ଟେନାନ୍ସ ଆଳରେ ୨ରୁ ୩ ଘଣ୍ଟା ବିଜୁଳି ଗୁଲ୍

ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା । More

ଟିକେଟ୍ କୁ ନେଇ ବିଜେଡିରେ ଅସନ୍ତୋଷ ଅସମ୍ଭାଳ, ତାତିଲେଣି ସମୀର-କିଶୋର-ପୂର୍ଣ୍ଣଚନ୍ଦ୍ରଙ୍କ ସମର୍ଥକ

ବିଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ । More

ବିଜେଡିରେ ସ୍ତ୍ରୀ ଥିଓରୀ, ମହିଳା ସଶକ୍ତୀକରଣ ନାଁରେ ନେତାଙ୍କ ପତ୍ନୀଙ୍କୁ ଥଇଥାନ

ସ୍ୱାମୀ ପରେ ସ୍ତ୍ରୀ ହେବେ ନେତ୍ରୀ । ସ୍ୱାମୀଙ୍କୁ କାଟି ସ୍ତ୍ରୀକୁ ଟିକେଟ୍ । ବିଜେଡି ଘୋଷଣା କରିଥିବା ୨୮ ମହିଳା ପ୍ରାର୍ଥୀଙ୍କ ଭିତରେ ୧୦ ଜଣ ହେଭିୱେଟ ନେତାଙ୍କ ପତ୍ନୀ । More