Advertisment

ବିଜେଡିରେ ସ୍ତ୍ରୀ ଥିଓରୀ, ମହିଳା ସଶକ୍ତୀକରଣ ନାଁରେ ନେତାଙ୍କ ପତ୍ନୀଙ୍କୁ ଥଇଥାନ

ସ୍ୱାମୀ ପରେ ସ୍ତ୍ରୀ ହେବେ ନେତ୍ରୀ । ସ୍ୱାମୀଙ୍କୁ କାଟି ସ୍ତ୍ରୀକୁ ଟିକେଟ୍ । ବିଜେଡି ଘୋଷଣା କରିଥିବା ୨୮ ମହିଳା ପ୍ରାର୍ଥୀଙ୍କ ଭିତରେ ୧୦ ଜଣ ହେଭିୱେଟ ନେତାଙ୍କ ପତ୍ନୀ ।

author-image
Santosh Kumar Sahoo
undefined

BJD Ticket Politics

ବିଜେଡିରେ ସ୍ତ୍ରୀ ଥିଓରୀ । ପରିବାରବାଦକୁ ପ୍ରୋତ୍ସାହନ । ମହିଳା ସଶକ୍ତୀକରଣ ନାଁରେ ନେତାଙ୍କ ପତ୍ନୀଙ୍କୁ ଥଇଥାନ। ନେତାଙ୍କ ଟିକେଟ କାଟି ତାଙ୍କ ପତ୍ନୀଙ୍କୁ ଟିକେଟ ଦେବା ପଛରେ ବିଜେଡିର କ’ଣ ରହିଛି ଷ୍ଟ୍ରାଟେଜି ? ବିଜେଡି ଏବେ ଯାଏଁ ଘୋଷଣା କରିଥିବା ୧୨୬ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ହେଉଛନ୍ତି ମହିଳା । ଆଉ ସେହି ୨୮ ଭିତରୁ ୧୦ ଜଣ ହେଉଛନ୍ତି ବିଜେଡି ହେଭିୱେଟଙ୍କ ପତ୍ନୀ। ନଜର ପକାନ୍ତୁ କେଉଁଠି କାହାର ପତ୍ନୀ ନେଇଛନ୍ତି ଟିକେଟ।

Advertisment

ବସ୍ତାରୁ ବିଜେଡି ଟିକେଟ ପାଇଛନ୍ତି ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନା । ପାରାଦୀପରୁ ଏବେର ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟ । ଅନୁଗୁଳରୁ ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଯୁକ୍ତା ସିଂ । ମୋରଡାରୁ ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରୀତିଲତା କାନୁନଗୋ, ବଡ଼ସାହିରୁ ଗଣେଶ୍ୱର ପାତ୍ରଙ୍କ ପତ୍ନୀ ଅନସୂୟା ପାତ୍ର । ଜୟପୁରରୁ ହେଭୱେଟ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ । ସୋରଡାରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁ, ଭବାନୀପାଟଣାରୁ ଦୁଷ୍ମନ୍ତ ନାୟକଙ୍କ ପତ୍ନୀ ଲଳିତା ନାୟକ, ନବରଙ୍ଗପୁରରେ ସଦାଶିବ ପଧାନୀଙ୍କ ପତ୍ନୀ କୌଶଲ୍ୟା ପଧାନୀ, ଉମରକୋଟରୁ ସୁବାସ ଗଣ୍ଡଙ୍କ ପତ୍ନୀ ନବୀନା ନାୟକ ପାଇଛନ୍ତି ଦଳୀୟ ଟିକେଟ।

ବଡ଼ କଥା ହେଲା ଯଦିଓ ଟିକେଟ ପାଇଥିବା କିଛି ଜଣଙ୍କ ପତ୍ନୀଙ୍କ ରାଜନୈତିକ ଅଭଜ୍ଞତା ରହିଛି, ହେଲେ ଅନେକ ପ୍ରଥମ ଥର ପାଇଁ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। ଏଇ ଯେମିତି ଗୀତାଞ୍ଜଳି, ଅନସୂୟା, ସଂଯୁକ୍ତା, କୌଶଲ୍ୟାଙ୍କ ଭଳି ପ୍ରାର୍ଥୀ ସଂପୂର୍ଣ୍ଣ ନୂଆ । ତେଣୁ ୨୪ ମୈଦାନରେ କେତେ ସଫଳ ହେବ ତାକୁ ନେଇ ଚର୍ଚ୍ଚା ।

Advertisment

ଏଠି ପ୍ରଶ୍ନ, ଏମିତି କରି ପରିବାରବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉନି କି ବିଜେଡି ? କାହିଁକି ବିଧାୟକଙ୍କ ଟିକେଟ କାଟି ତାଙ୍କ ପତ୍ନୀଙ୍କୁ ଟିକେଟ ଧରାଉଛି ଦଳ ? କୁହାଯାଉଛି ସ୍ଥାନୀୟ ଅଞ୍ଚଳରେ ସିଟିଂ ବିଧାୟକ ଭାବରେ ଗ୍ରାଉଣ୍ଡରେ ଥିବା ଅସନ୍ତୋଷକୁ ଏଡ଼ାଇବାକୁ ଏହି ଷ୍ଟ୍ରାଟେଜି । ଏହାସହ ବିଧାୟକ ବିରୋଧୀ ଗୋଷ୍ଠୀଙ୍କୁ ବି ମ୍ୟାନେଜ୍ କରି ପାରୁଛି ଦଳ। ଏହାସହ ମହିଳା ଭୋଟ ବ୍ୟାଙ୍କ ହାତେଇବାକୁ ବି ଏହି ଷ୍ଟ୍ରାଟେଜି । କିନ୍ତୁ ପ୍ରଶ୍ନ ଯଦି ଏଠି ମହିଳା ପ୍ରାର୍ଥୀ ଦେବାକୁ ଦଳ ଚିନ୍ତା କରୁଛି ତାହହେଲେ କାହିଁକି କେବଳ ନେତାଙ୍କ ପତ୍ନୀଙ୍କୁ ? ଦଳ ପାଖରେ ଅଭାବ ଅଛନ୍ତି କି ମହିଳା ଚେହେରା ? ନା ନୂଆ ନେତ୍ରୀ ତିଆରି କରିବାରେ ବିଫଳ ହୋଇଛି ଦଳ ? ରାଜନୈତିକ ସମୀକ୍ଷକଙ୍କ ମତରେ ଯଦିଓ ଦଳ ସେହି ଆସନରେ ମହିଳାଙ୍କୁ ଟିକେଟ ଦେବାକୁ ସ୍ଥିର କରୁଛି ହେଲେ ସିଟିଂ ବିଧାୟକଙ୍କୁ ମ୍ୟାନେଜ କରିବାକୁ ସକ୍ଷମ ହେଇ ପାରୁ ନଥିବାରୁ ବାଧ୍ୟ ହୋଇ ତାଙ୍କ ପତ୍ନୀଙ୍କୁ ଟିକେଟ ଦେବାକୁ ପଡୁଛି ।

ଏମିତି ବି ୨୪ ମଇଦାନରେ ବିଜେଡି ମାତ୍ର ଜଣେ ହିଁ ମିଶନ ଶକ୍ତି ମହିଳାଙ୍କୁ ଟିକେଟ ଦେବାରେ ସକ୍ଷମ ହୋଇଛି। ଅନ୍ୟପଟେ ମହିଳା ଚେହେରାଙ୍କ ଭିତରେ ଗଣ୍ଡା ଗଣ୍ଡା ନେତାଙ୍କ ସଂପର୍କୀୟ ଆଉ ପତ୍ନୀଙ୍କୁ ଟିକେଟ, ବିଜେଡିର ମହିଳା ସଶକ୍ତୀକରଣର ନାରାକୁ ଏକ ପ୍ରକାର ଦୁର୍ବଳ କରିଦେଇଥିବା କୁହାଯାଉଛି ।

BJD General Elections 2024
Advertisment
Advertisment