/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713539058.jpg)
Ganja Mafia
ଗିରଫ ହେଲା ମାୟାନଗରୀକୁ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ। ନିଜ ସିଣ୍ଡିକେଟ ମେମ୍ବରକୁ ଜେଲରେ ସାକ୍ଷାତ କରିବାକୁ ଆସିଥିବାବେଳେ ମାଡି ବସିଲା ପୋଲିସ। ଗଞ୍ଜେଇ କାରାବାରର ମାଷ୍ଟରମାଇଣ୍ଡ ରାହୁଲ ସେଠୀକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ। ଗିରଫ ପରେ ଖୋଲିଛି ମାୟାନଗରୀକୁ ଗଞ୍ଜେଇ ଚାଲାଣର ନକ୍ସା।
କମିଶନରେଟ ପୋଲିସ ହାତରେ ଲାଗିଲା ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ରାହୁଲ ସେଠୀ। ଦିଲ୍ଲୀ, ବିହାର, ଝାଡଖଣ୍ଡ ସହ ମାୟାନଗରୀ ମୁମ୍ବାକୁ କରୁଥଲା ଗଞ୍ଜେଇ ଚାଲାଣ। ଡିଲ୍ ପାଇଁ ବିମାନରେ ଯାଉଥିଲା ଆଉ ଦାମୀ କାରରେ କରୁଥିଲା ଗଞ୍ଜେଇ ଚାଲାଣ। ବ୍ୟବସାୟରୁ ଲାଭ ଟଙ୍କାରେ ଷ୍ଟାର ହୋଟେଲରେ ରହୁଥିଲା, ହୁକା ବାରରେ ଉଡାଉଥିଲା ଟଙ୍କା। ଗଞ୍ଜେଇ କେଜି ପିଛା ୫ ହଜାର ଟଙ୍କାରେ କିଣି ୫୦ ହଜାରରେ ବିକ୍ରି କରୁଥିଲା ଜେଲେରେ ଥିବା ନିଜ ଲୋକଙ୍କୁ ଭେଟିବାକୁ ଆସିଥିବା ବେଳେ ମାଡି ବସିଲା ପୋଲିସ। ଆଶ୍ଚର୍ଯ୍ୟର କଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବସ୍ତା ବସ୍ତା ଗଞ୍ଜେଇ ଟ୍ରକରେ ନେଇ ସେ ଚଳାଇଥିଲା ନିଜର ସିଣ୍ଡିକେଟ୍। ତେବେ ଅବକାରୀ ବିଭାଗ କିଭଳି ଏ ନେଇ ଟେର ପାଇପାରୁନଥିଲା ସେ ନେଇ ଉଠିଛି ପ୍ରଶ୍ନ।
ଚିତ୍ରକୋଣ୍ଡା ଗଞ୍ଜେଇର ଡିମାଣ୍ଡ ବାହାର ରାଜ୍ୟରେ ଥିବା ବେଳେ ଏହାକୁ ଏହାକୁ ବ୍ରାଣ୍ଡିଂ କରି ଲକ୍ଷ ଲକ୍ଷ ଟଙ୍କା କମାଉଥିଲା ରାହୁଲ। ଗତ ଫେବ୍ରୁଆରୀ ୧୧ ତାରିଖରେ ପିତାପଲ୍ଲୀ ଛକରୁ ପାହାଳ ଭିତରେ ସ୍ପେଶାଲ କ୍ରାଇମ ୟୁନିଟ ଓ ନିଶା ମାଫିଆଙ୍କ ହୋଇଥିଲା ଛକାପଞ୍ଝା। ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଟିମ ଚଢ଼ାଉ କରି ଦୁଇଟି ଗାଡି ସହ ଚାଲାଣ ହେଉଥିବା ୩ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। କାର ଭିତରେ ଚାମ୍ବର କରି ପଶ୍ଚିମବଙ୍ଗ ଚାଲାଣ ବେଳେ ୩ ଜଣଙ୍କୁ କାବୁ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ସେହି ଘଟଣାରେ ମୁଖ୍ୟା ଅଭିଯୁକ୍ତ ରାହୁଲ ଫେରାର ଥିଲା।
ମାଲକାନଗିରି ଓ କୋରାପୁଟରରୁ କେଜି ପିଛା ୫ ହଜାର ଟଙ୍କାରେ କିଣି ବାହାର ରାଜ୍ୟରେ ୫୦ ହଜାର ଟଙ୍କାରେ ବିକ୍ରି କରୁଥିଲା। ଦୀର୍ଧ ୩ ବର୍ଷ ଧରି ରାହୁଲ ଏହି କାରାବାର ଚଳାଇଥିବା ବେଳେ ଗଞ୍ଜେଇ କାରାବାରରେ ଲକ୍ଷାଧିକ ଟଙ୍କା ସେ କମାଇଥିବା ପୋଲିସ ଜାଣିବାକୁ ପାଇଛି। ଆଉ ସେହି ସମ୍ପତ୍ତିର ଏବେ ଖୋଲତାଡ଼ କରୁଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)