Advertisment

କଲବଲ କରୁଛି ତାତି; ତାପମାତ୍ରାରେ ଆଜି ଭୁବନେଶ୍ୱରକୁ ଟପିଗଲା କଟକ

ପ୍ରଚଣ୍ଡ ତାତିରେ କଲବଲ ସାରା ଓଡ଼ିଶା। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଛି। ୩୨ ସହର ତାପମାତ୍ରା ୪୦ ଉପରେ ରହିଲା।

author-image
Manoranjan Behera
Temperature

Temperature

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ। ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୪ ଡେଇଁଲା। ୪୪.୩ ଡିଗ୍ରୀ ସହ ଆଜି ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ୪୪.୨ ସହ ବାରିପଦା ତାପମାତ୍ରା ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ତାପମାତ୍ରାରେ ଆଜି ଭୁବନେଶ୍ବରକୁ ଟପିଗଲା କଟକ। ଆଜି ଭୁବନେଶ୍ୱରରେ ତାପମାତ୍ରା ୪୧.୪ ଥିବା ବେଳେ କଟକରେ ୪୨.୭ ଡିଗ୍ରୀ ତାପମାତ୍ରା ରହିଥିଲା।

Advertisment

ପ୍ରଚଣ୍ଡ ତାତିରେ କଲବଲ ସାରା ଓଡ଼ିଶା। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଛି। ୩୨ ସହର ତାପମାତ୍ରା ୪୦ ଉପରେ ରହିଲା। ବୌଦ୍ଧରେ ୪୪.୩, ବାରିପଦାରେ ୪୪.୨, ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ, ଅନୁଗୁଳରେ ୪୩.୭, ଟିଟିଲାଗଡ଼ରେ ୪୩.୫, ବଲାଙ୍ଗୀରରେ ୪୩ ଡିଗ୍ରୀ, ଭବାନୀପାଟଣା, ମାଲକାନଗିରି, ନୂଆପଡ଼ା ଓ ନୟାଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Advertisment

ସେପଟେ ତାଳଚେରରେ ୪୨.୮, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ, ରାଉରକେଲାରେ ୪୨.୪, ଚାନ୍ଦବାଲି, ପାରଳାଖେମୁଣ୍ଡି, କେନ୍ଦୁଝରରେ ୪୨.୨, ହୀରାକୁଦରେ ୪୨.୧, ଢେଙ୍କାନାଳ ୪୨.୫ରେ, କେନ୍ଦ୍ରାପଡ଼ାରେ ୪୧. ୮ ଡିଗ୍ରୀ, ସୋନପୁରରେ ୪୧.୮, ଭଦ୍ରକରେ ୪୧.୭, ରାୟଗଡ଼ାରେ ୪୧.୬ ଡିଗ୍ରୀ, ଯାଜପୁର, ଖୋର୍ଦ୍ଧା, ନବରଂଗପୁର, ଫୁଲବାଣୀରେ ୪୧.୫ ଡିଗ୍ରୀ, ଜଗତସିଂହପୁର ୪୦.୮, ଛତ୍ରପୁର ୪୦.୫, ବରଗଡ଼ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ତେବେ ଆଗାମୀ ୨୧ ଓ ୨୨ରେ କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା ଖସିବାର ସମ୍ଭାବନା ରହିଛି। ୨୪ ତାରିଖ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ। ଆସନ୍ତା ୨୫ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବା ଆକଳନ କରିଛି ପାଣିପାଗ କେନ୍ଦ୍ର। ତେବେ ଏପ୍ରିଲରେ ଏଯାବତ୍ ୬ ଦିନ ଅନୁଭୂତ ହେଲାଣି ହିଟୱେଭ୍। ଚଳିତ ମାସ ଆହୁରି ୩ ଦିନ ଅନୁଭୂତ ହେବ ହିଟୱେଭ୍। ତେବେ କାଲି ପାଇଁ ହିଟୱେଭ୍ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Heat Wave Weather Update Temperature
Advertisment
Advertisment