ସଂକ୍ଷେପରେ ଆଜିର ତାଜା ଖବର - Monday, 08 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦେବାଶିଷ-ଭର୍ତ୍ତୃହରି କଥା କଟାକଟି; ଦଳୀୟ କାର୍ଯ୍ୟକ୍ରମରେ ପରସ୍ପରକୁ ଟାର୍ଗେଟ୍

ଆଜି କଟକରେ ବିଜେଡି କର୍ମୀ ସମ୍ମିଳନୀ କରିଥିବା ବେଳେ, ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ଯୁବ ସମାବେଶ କାର୍ଯ୍ୟକ୍ରମ। ଦେବାଶିଷ ସାମନ୍ତରାୟ ଓ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ କଥା କଟାକଟି ହୋଇଛି। More

ଫାଷ୍ଟଫୁଡ୍‌ ଭଳି ତିଆରି ହେଉଛି କ୍ୟାମ୍ପେନିଂ ମ୍ୟୁଜିକ୍‌; କମ୍ପିବ ମୈଦାନ, ଝୁମିବେ ଭୋଟର୍‌

କେଉଁଠି ପଦ୍ମ ଚିହ୍ନର ପ୍ରଚାର ତ ଆଉ କେଉଁଠି ଶଙ୍ଖ ଓ ହାତ ଚିହ୍ନର। ପ୍ରଚାର ମୈଦାନ କମ୍ପାଇବାକୁ ଫୁଲ୍ ଯୋଶରେ ରେକର୍ଡିଂ ଷ୍ଟୁଡିଓ। ଅହରହ ଚାଲିଛି ପ୍ରଚାର ଗୀତର ରେକର୍ଡିଂ। ସେ ସିଲଭର ସିଟି କଟକ ହେଉ କି ସିଲ୍କ ସିଟି ବ୍ରହ୍ମପୁର। ରାଜ୍ୟର ବିଭିନ୍ନ ସହରରେ ଥିବା ମ୍ୟୁଜିକ ଷ୍ଟୁଡିଓ ଗୁଡ଼ିକ ଏବେ ଫୁଲ୍ ପ୍ୟାକ୍। More

ସେଫ୍‌ ନୁହେଁ ଜଙ୍ଗଲ; ମାତିଲେଣି ମାଫିଆ, ସଙ୍କଟରେ ବାଘ ବଂଶ

ଜଙ୍ଗଲ ଭିତରେ ବାଘ ଶୀକାର, ଜଙ୍ଗଲ ବାହାରେ ଛାଲ ଡିଲ୍। ମାତିଛନ୍ତି ଆନ୍ତଃରାଜ୍ୟ ମାଫିଆ, ଓଡ଼ିଶା ମାଟିରେ ଚଳାଇଛନ୍ତି ବାଘ ଚମଡ଼ାର ବେପାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ହାତରେ ଲାଗିଛି ୫ କଲରାପତରିଆ ବାଘ ଛାଲ ସମେତ ଗୋଟିଏ ଲେଖାଏଁ ଜଙ୍ଗଲୀ ଓ ମାଛରଙ୍କା ବିରାଡ଼ି ଚମଡ଼ା। More

କ୍ୟାଣ୍ଡିଡେଟ୍ ନୁହେଁ, ନବୀନଙ୍କୁ ଦେଖି ଭୋଟ୍ ଦେବାକୁ ପାଣ୍ଡିଆନଙ୍କ ଅପିଲ୍

BJD ଲୋକସଭା ପ୍ରାର୍ଥୀଙ୍କ ଏକାକୀ ଜିତିବାର ନାହିଁ କି ଦମ୍ ? More

ନୂଆପଡ଼ାରେ ଏକ୍-ସେ-ବଢ଼କର୍-ଏକ୍ ପ୍ରାର୍ଥୀ; ମୈଦାନରେ ହେବ ଦମଦାର ଫାଇଟ୍

ଜଣେ ୩ ଥରର ବିଧାୟକ ଓ ମନ୍ତ୍ରୀ ଆଉ ଜଣେ ପୂର୍ବତନ ବିଧାୟକ ଓ ଏବେକାର ସାଂସଦଙ୍କ ପୁଅ। ଆଉ ଜଣେ ଖୋଦ୍ ପିସିସି ମଙ୍ଗୁଆଳ। ଏମାନଙ୍କୁ ନେଇ ଏବେଠୁ ସ୍ପଷ୍ଟ ନୂଆପଡ଼ା ବିଧାନସଭା ଆସନରେ ଦମଦାର ଲଢ଼େଇର ଆଭାସ। More

ଟିକେଟ୍ ପାଇଁ ରାଜଧାନୀରେ ସବୁ ଦଳର ଗଣ୍ଡା ଗଣ୍ଡା ଆଶାୟୀ

ଘଡ଼ିକେ ଘୋଡ଼ା ଛୁଟୁ ଥିବାରୁ ଡରରେ କେହି ଛାଡୁନାହାଁନ୍ତି ହେଡକ୍ୱାର୍ଟର । More

IIC-SPଙ୍କୁ ଫୋନ୍‌ କରି ବିଜେଡି କାମ କରାଉଛନ୍ତି IPS ଡି.ଏସ୍. କୁଟ୍ଟେ

‘ରାଜ୍ୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଛି କହିଲା ବିଜେପି । କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ଯାଞ୍ଚ ହେଉ’ More

ଦିଲ୍ଲୀ ହାଇକୋର୍ଟରୁ ଦିଲୀପଙ୍କୁ ଆଶ୍ୱସ୍ତି, ଏଥର ଲଢ଼ିପାରିବେ ନିର୍ବାଚନ

ଦିଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ । କୋଇଲା ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଉପରେ ରୋକ । More

ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଏବର୍ଷ କମିଛି ଜଙ୍ଗଲ ନିଆଁ...

ଏବର୍ଷ କମିଛି ଜଙ୍ଗଲ ନିଆଁ । ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ଏ ନେଇ ସୂଚନା ଦେଇଛନ୍ତି । ଏପ୍ରିଲ ୭ ତାରିଖ  ସୁଦ୍ଧା ରାଜ୍ୟର ୮ ହଜାର ପଏଣ୍ଟରେ ନିଆଁ ଲାଗିଛି ।  More

ଇନଷ୍ଟାରେ ବୁଲୁଛି ଠକ ପ୍ରେମିକ; ନିଜକୁ RPF ଅଧିକାରୀ କହି ଯୁବତୀଙ୍କୁ କରୁଥିଲା ପ୍ରେମ ନିବେଦନ...

ଠକ ପ୍ରେମିକ । ନିଜକୁ ଆରପିଏଫ ଅଧିକାରୀ କହି ଯୁବତୀଙ୍କୁ ପ୍ରେମ ନିବେଦନ । ଏକାଧିକ ଯୁବତୀଙ୍କଠୁ ଟଙ୍କା ଠକିଥିବା ଅଭିଯୋଗ ।  More

ବ୍ରିଜରୁ ତଳକୁ ଖସିଲା ସ୍କୁଟି; ଚାଲିଗଲା ୩ ସାଙ୍ଗଙ୍କ ଜୀବନ...

ବ୍ରିଜରୁ ସ୍କୁଟି ତଳକୁ ଖସିବା ଫଳରେ ୩ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ।  More

ପାଣି ଟୋପେ ପାଇଁ ସଂଘର୍ଷ; ଜୀବନ ବଞ୍ଚାଇବାକୁ ଭରସା ପାଲିଟିଛି ଚୁଆ...

ମୁଣ୍ଡ ଉପରେ ୪୦ ଡିଗ୍ରୀ ଖରା । କିନ୍ତୁ ପାଣି ଟୋପେ ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ । ହାତରେ ହାଣ୍ଡି ଗରା ଧରି ଜଙ୍ଗଲରେ ଚାଲି ଚାଲି ପାଣି ସନ୍ଧାନରେ ଲୋକେ । More

ଭାରସାମ୍ୟ ହରାଇ ଘାଟିରେ ପିଟିହେଲା ବସ୍ ; ୨୦ ଆହତ

ମୟୂରଭଂଜ ବାଙ୍ଗିରିପୋଷି ଘାଟିରେ ପୁଣି ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି । More

ଟିକଟ୍ ଅଙ୍କକଷା ଭିତରେ ଚାଲିଛି ଛକାଛକି ଖେଳ, ପାଦେ ପାଦେ ଜଗିଛନ୍ତି ବିଜେପି-ବିଜେଡି

ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ନାମାଙ୍କନ ତାରିଖକୁ ଆଉ ମାତ୍ର ୧୦ ଦିନ । ହେଲେ ଏଯାଏଁ ନା ଅଛି ପ୍ରଚାର ଘୋ ଘା, ନା ସରୁଛି ଯୋଦ୍ଧା ଘୋଷଣା । ରାଜ୍ୟର ତିନି ପ୍ରମୁଖ ଦଳରୁ କେହି ଗୋଟିଏ ଦଳ ବି ଏଯାଏଁ ସେମାନଙ୍କ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାନ୍ତି । More

ପର୍ଯ୍ୟଟନ ସହର ପୁରୀରେ ମଶା ଭଣଭଣ; ଗାମ୍ବୁଶିଆ ମାଛ ଭରସାରେ ପୌର ପ୍ରଶାସନ

ପର୍ଯ୍ୟଟନ ସହର ପୁରୀରେ ମଶା ଭଣଭଣ। ସକାଳୁ ହେଉ ଅବା ରାତି, ବସାଇ ଶୁଆଇ ଦେଉନାହାନ୍ତି ମଶା। ପୁରୀର କଳିକନ୍ଦି କେଉଁଠି ବି ମଶାଠୁ ନିସ୍ତାର ନାହିଁ । ନଳା ମାନଙ୍କରେ ପାଣି ଜମା ରହୁଥିବାରୁ ମଶା ବଂଶ ବଢିଚାଲିଛି । More

କୁହୁଳୁଛି ବିଜେଡି ଅନ୍ତର୍କନ୍ଦଳ ! ନୀଳଗିରିରେ ଦଳୀୟ ଫାଟ ଚର୍ଚ୍ଚା

ଏଯାଏଁ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ସନ୍ତୋଷ ଖଟୁଆ ଟିକେଟ୍ ପାଇଁ ଅନ୍ୟତମ ବଡ଼ ଦାବିଦାର୍ ବୋଲି କୁହାଯାଉଛି । More

ITI ପଢ଼ୁଆ ଆଦିବାସୀ ଯୁବକଙ୍କ ନିଆରା ଉଦ୍ୟୋଗ, ୟୁଟ୍ୟୁବ୍ ଦେଖି ତିଆରି କରୁଛନ୍ତି ଶସ୍ତା ସୁନ୍ଦର ଚପଲ

ଇଏ ଏମିତି ସେମିତି ଚପଲ ନୁହେଁ। ଇଏ 'ଚପଲ୍: ମେଡ୍-ଇନ୍ ଚାଲାଣପୁଟ'। ହଁ, ଚାଲାଣପୁଟ ହେଉଛି, କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ରାଜପୁଟ ପଞ୍ଚାୟତର ଏକ ଛୋଟିଆ ଆଦିବାସୀ ଗାଁ । More

ରୂପାନ୍ତୀକରଣ ନାଁରେ ଧୂଆଁବାଣ; ୧୦ଟି ଶ୍ରେଣୀକୁ ଦୁଇ କ୍ଲାସରୁମ୍, ଶିକ୍ଷାଦାନର ବିଦ୍ରୁପ ଚିତ୍ର !   

ରୂପାନ୍ତରଣ ନାଁରେ ଭୂଆଁ ବୁଲାଣର ଭଣ୍ଡାଭୋଡ୍ । ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ନାଁରେ 5Tର ଧୂଆଁବାଣ । ବାହାରେ ଚମକୁଛି ସବୁଜ ରଙ୍ଗ । ଚକାଚକ୍ ଦିଶୁଛି ସରକାରୀ ସ୍କୁଲ୍ । ହେଲେ ଭିତରକୁ ଗଲେ ଶିକ୍ଷାଦାନର ବିକଳ ଚିତ୍ର ଦେଖି ମୁଣ୍ଡ ଘୁରେଇବ। More

ପୁଣି ସୁରଙ୍କୁ ସୋ' କଜ୍ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା । More

ଘରକୁ ଫେରିଲେ ଲାଓସରେ ଫସିଥିବା ୧୭ ଓଡ଼ିଆ, ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ଚିଠି ଲେଖିଥିଲେ ବୈଜୟନ୍ତ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଶ୍ରମିକମାନେ ଓଡ଼ିଶା ପହଁଚିଛନ୍ତି । More

ବିଜେଡିରେ ତେଜୁଛି କନ୍ଦଳ ! କେଉଁଠି ଆଶାୟୀଙ୍କ ପ୍ରତିବାଦ, କେଉଁଠି ଆମଦାନୀ ନେତାଙ୍କୁ ବିରୋଧ

ଘୋଷଣା ହୋଇ ନ ଥିବା ପ୍ରାୟ ସବୁ ବିଧାନସଭା ଆସନରେ ବିଜେଡିର ବିଦ୍ରୋହ ତେଜୁଛି । ଆମଦାନୀ ନେତାଙ୍କୁ ବିରୋଧ କରୁଛନ୍ତି ଦଳୀୟ ନେତା ଓ କର୍ମୀ । More