ସଂକ୍ଷେପରେ ଆଜିର ତାଜା ଖବର - Friday, 05 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରେକର୍ଡ କଲା ରାଜଧାନୀ ତାତି; ଏସିଆର ୬ଷ୍ଠ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ୱରରେ ଡହ ଡହ ଖରା। କାନମୁଣ୍ଡ ଝାଇଁ ମାରିଯାଉଛି। ଅସହ୍ୟ ତାତି, ଅସମ୍ଭାଳ ଗରମ। ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ। More

କୋରେଇରୁ ଶଙ୍ଖ ଦଳର ଯୋଦ୍ଧା କିଏ ? ତେଜିଲାଣି ଘଡ଼େଇ ଓ ଦାସ ପରିବାର ଲିଗାସି ୱାର୍

ଜିଲ୍ଲାର ଦୁଇ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ? More

ଅନ୍ଧ କରିଦେଲା ପୁତ୍ର ମୋହ, ପର ହୋଇଗଲା ନିଜ କଅଁଳ ଶିଶୁକନ୍ୟା

ଯେତେଦିନ ଯାଏଁ ସେ ଗର୍ଭରେ ଥିଲା...ମାତୃତ୍ୱର ଉଷ୍ମ ସ୍ପର୍ଶ ପାଇ ବେଶ ସୁରକ୍ଷିତ ଥିଲା...ହେଲେ ସିଏ କ’ଣ ଜାଣିଥିଲା ଦୁନିଆରେ ପାଦ ଥାପୁ ଥାପୁ, ତାକୁ ବି ଯେ ଅପରାଧୀଙ୍କ ଶୀକାର ହେବାକୁ ପଡ଼ିବ ବୋଲି More

ବିଜେଡିର ମୁଣ୍ଡବିନ୍ଧା; ଟିକଟକୁ ନେଇ ଅଙ୍କ ଛିଡୁନି..ଏବେବି ବାକି ରହିଛି ୩୯ ବିଧାନସଭା ସିଟ୍‌

ଅଙ୍କ ଛିଡୁନି, ଅକଲ ଗୁଡୁମ୍। ବଳକା ୩୯ ବିଧାନସଭା ଆସନକୁ ନେଇ ବିଜେଡିର ଏବେ ବେଶି ମୁଣ୍ଡବିନ୍ଧା। ୨୦ରୁ ଅଧିକ ଆସନରେ ନିଷ୍ପତ୍ତି ଟଳମଳ। More

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ବାରବାଟୀ-କଟକରୁ ଲଢ଼ିବେ ପ୍ରକାଶ ବେହେରା

ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। More

ବିଜେପିରେ ଯୋଗଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ। ଆଜି ବିଜେପିରେ ସାମିଲ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ। More

ତାତିକୁ ଦେଖି SRC ଙ୍କ କଡ଼ା ନିର୍ଦ୍ଦେଶ, ପର୍ଯ୍ୟାପ୍ତ ଜଳଛତ୍ର ଖୋଲ..

ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ତୀବ୍ର ହୋଇପାରେ। ତେଣୁ ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। More

୩ ନୂଆ SPଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ, କଟକ ଡିସିପି ହେଲେ ପ୍ରକାଶ ଆର୍‌

ଏହି ୩ ଅଫିସରଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସ୍‌ପି ଭାବେ ଦାୟିତ୍ୱ ମିଳିଛି। ପ୍ରକାଶ ଆର୍ ହେଉଛନ୍ତି କଟକର ନବନିଯୁକ୍ତ ଡିସିପି । More

ପାରିବାରିକ କଳହର କରୁଣ ପରିଣତି, ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । More

ପ୍ରୋତ୍ସାହନ ରାଶି ପାଇବା ପରେ ମଣ୍ଡିକୁ ଆସୁନି ମାଣ୍ଡିଆ !

କୋରାପୁଟ ଜିଲ୍ଲାରେ ମାଣ୍ଡିଆ ସଂଗ୍ରହ ନେଇ କୃଷି ବିଭାଗ ବିବାଦ ଘେରରେ ରହିଛି। କାରଣ ଜାନୁୟାରୀ ମାସରୁ ମଣ୍ଡି ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏ ଟାର୍ଗେଟର ୫୦ ପ୍ରତିଶତ ମଧ୍ୟ ସଂଗ୍ରହ ହୋଇ ପାରିନାହିଁ। More

ବିଜେଡି ଉପରେ ବର୍ଷିଲେ ଅମରେନ୍ଦ୍ର; କହିଲେ, ପେଇଂ ଗେଷ୍ଟକୁ ସ୍ୱାଗତ, ପୁଅକୁ ଅଣଦେଖା..

ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର। ସେ କହିଛନ୍ତି, ଯେଉଁଘରକୁ ଆମେ ୨୭ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଙ୍ଗ ଗେଷ୍ଟକୁ ସ୍ୱାଗତ କରାଯାଉଛି। More

ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ନାରାୟଣ ପାଣି

୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି। More

ରାଜଧାନୀରେ ନିଆଁ ବର୍ଷା ! ଘରୁ ବାହାରିଲେ ଦେହ ଜଳିଯାଉଛି

ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା। More

VIRAL VIDEO: ଦେହରେ ଗଞ୍ଜେଇକୁ ଗୁଡ଼ାଇ ଚାଲାଣ କରୁଥିଲେ ସ୍ମଗଲର୍, ଧରିଦେଲା ପୋଲିସ

ଗଞ୍ଜେଇ ଚୋରା ଚାଲାଣର ଅଭିବନ ଉପାୟ । ଦେହରେ ୨୨ କିଲୋ ଗଞ୍ଜେଇକୁ ସେଲୋ ଟ୍ୟାପରେ ପ୍ୟାକିଂ । More

ପୁରୀ ପୋଲିସକୁ ବଡ଼ ସଫଳତା, ଦେଢ଼ ମାସରେ ୧୪୫ ନିଖୋଜ ନାବାଳକ ଓ ନାବାଳିକା ଉଦ୍ଧାର

ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ କିମ୍ବା ଘରୁ ପଳାଇଥିବା ୧୪୫ ଶିଶୁ ଉଦ୍ଧାର । ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର ପରେ ଅଭିଭାବକ କିମ୍ବା ପରିବାରକୁ ହସ୍ତାନ୍ତର । More

ମାଟ୍ରିକ୍ ପରୀକ୍ଷା ଆଡମିଟ କାର୍ଡ ଦେବାକୁ ପିଲାଙ୍କଠୁ ଶହେ ଟଙ୍କା ଲାଞ୍ଚ ନେଉଛନ୍ତି ଶିକ୍ଷକ !

ଛାତ୍ରଛାତ୍ରୀଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ନିଆଯାଇଥିବା ଅଭିଯୋଗ । ଭାଇରାଲ ହେଉଛି ପିଲାମାନେ ଟଙ୍କା ଦେବା ବେଳର ଦୃଶ୍ୟ । More

ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!

ଦିନ ତାପମାତ୍ରା ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା। More

Panchang Today 5th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୫ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ପ୍ରାତଃ ୦୭.୧୧ ଗତେ କୁମ୍ଭ। ତିଥି- ଏକାଦଶୀ ଦିବା ୦୧.୨୮ ଗତେ ଦ୍ୱାଦଶୀ। ଘାତଚନ୍ଦ୍ର- ସିଂହ ରାଶିର, ପ୍ରାତଃ ୦୭.୧୧ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ଦିବା ୦୧.୨୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ। More

ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅଣାୟତ୍ତ ସ୍ଥିତି । ୨୪ ଘଣ୍ଟା ଭିତରେ ଦଳ ଛାଡ଼ିଲେଣି ୫ ବରିଷ୍ଠ ନେତା More

ଚିନ୍ତା ବଢ଼ାଇଲାଣି ରାଜଧାନୀ, ବୁନୁଙ୍କୁ ଜୋରଦାର ବିରୋଧ !

ଝୁଲି ରହିଛି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଭାଗ୍ୟ । ସ୍ୱାଧୀନ ଭାବେ ଲଢ଼ିବାକୁ ବିରଞ୍ଚିଙ୍କ ଘୋଷଣା ପରେ ଅକଳରେ ଦଳ । More

ପାରାଦୀପ ବିଜେଡିରେ ତୀବ୍ର ହେଲା ବିଦ୍ରୋହ, ତେଜିଲା ସମ୍ବିତ ହଟାଓ ନାରା

ବିଧାୟକ ବିରୋଧୀ ପ୍ରଚାର ପାଇଁ ଚେତାବନୀ । କୁଜଙ୍ଗରେ ମେଳି ବାନ୍ଧିଲେ ବିଜେଡି କର୍ମୀ । More

ବିଜେଡିରୁ ଇସ୍ତଫା ତାଲିକାରେ ନୂଆ ନାଁ, ଆଠମଲ୍ଲିକ ବିଧାୟକ ଛାଡ଼ିଲେ ଦଳ

ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ। More

ଗ୍ରାହକଙ୍କ ମୁଣ୍ତ ଗୋଲ୍‌; ୭୫ ହଜାର ଡେଇଁବ ୨୪ କ୍ୟାରେଟ ସୁନା ଦର !

ବୋଲ ମାନୁନି ସୁନା ଦର। ପ୍ରତିଦିନ ଉପରମୁହାଁ ହେଉଛି। ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି। କେବଳ ଚଳିତ ମାସର ପ୍ରଥମ ୪ ଦିନରେ ୨ ହଜାର ଟଙ୍କା ମହଙ୍ଗା ହେଲାଣି। More