Advertisment

ଗ୍ରାହକଙ୍କ ମୁଣ୍ତ ଗୋଲ୍‌; ୭୫ ହଜାର ଡେଇଁବ ୨୪ କ୍ୟାରେଟ ସୁନା ଦର !

ବୋଲ ମାନୁନି ସୁନା ଦର। ପ୍ରତିଦିନ ଉପରମୁହାଁ ହେଉଛି। ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି। କେବଳ ଚଳିତ ମାସର ପ୍ରଥମ ୪ ଦିନରେ ୨ ହଜାର ଟଙ୍କା ମହଙ୍ଗା ହେଲାଣି।

author-image
Manoranjan Behera
undefined

Gold Price Hike

ନିଇତି ନୂଆ ସର୍ବକାଳୀନ ରେକର୍ଡ ଛୁଉଁଛି ସୁନା ଦର। ୪ ଦିନରେ ମହଙ୍ଗା ହେଲାଣି ୨ ହଜାର ଟଙ୍କା। ୭୦ ହଜାର ୬୦୦ ଟଙ୍କା ଟପିଲାଣି ଖାଣ୍ଟି ସୁନା। ୨୨ କ୍ୟାରେଟ୍ ବି ୬୪ ହଜାର ୭୫୦ ଟଙ୍କାରେ ପହଞ୍ଚିଗଲାଣି। ଆଗକୁ ଦର ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ଏମିତି ସ୍ଥିତିରେ ବିବାହ, ପର୍ବପର୍ବାଣୀ ପାଇଁ ବି ସୁନା କିଣିବାକୁ ଡରିଲେଣି ଗ୍ରାହକ।

Advertisment

ବୋଲ ମାନୁନି ସୁନା ଦର। ପ୍ରତିଦିନ ଉପରମୁହାଁ ହେଉଛି। ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି। କେବଳ ଚଳିତ ମାସର ପ୍ରଥମ ୪ ଦିନରେ ୨ ହଜାର ଟଙ୍କା ମହଙ୍ଗା ହେଲାଣି। ଆଜି ଭୁବନେଶ୍ୱରରେ ଖାଣ୍ଟି ସୁନା ଅର୍ଥାତ୍ ୨୪ କ୍ୟାରେଟ୍ ଦର ୧୦ ଗ୍ରାମ ପିଛା ୭୦ ହଜାର ୬୨୦ ଟଙ୍କାରେ ପହଞ୍ଚିଛି। ମାର୍ଚ୍ଚ ୩୧ରେ ଏହା ୬୮ ହଜାର ୬୦୦ ଟଙ୍କା ଥିଲା। ଏପ୍ରିଲ ପହିଲାରେ ୨୪ କ୍ୟାରେଟ୍ ସୁନା ଦାମ ୯୩୦ ଟଙ୍କା ବଢ଼ିଥିବା ବେଳେ ଏପ୍ରିଲ ୩ରେ ୭୬୦ ଓ ଆଜି ୬୦୦ ଟଙ୍କା ମହଙ୍ଗା ହୋଇଛି।

କେବଳ ଏପ୍ରିଲ ୨ରେ ୨୭୦ ଟଙ୍କା କମିଥିଲା। ସେହିପରି ମାର୍ଚ୍ଚ ୩୧ରେ ୬୨ ହଜାର ୯୦୦ ଟଙ୍କାରେ ବିକ୍ରି ହେଉଥିବା ୨୨ କ୍ୟାରେଟ୍ ସୁନା ଆଜି ୬୪ ହଜାର ୭୫୦ ଟଙ୍କାରେ ପହଞ୍ଚିଛି। ସୁନାର ଏମିତି ଉଚ୍ଚା ଦର ଦେଖି ଗ୍ରାହକ ତାଜୁବ। ବିବାହ ଓ ପର୍ବପର୍ବାଣି ପାଇଁ ସୁନାଗହଣା କିଣାବାକୁ ଡରିଲେଣି। ଏପଟେ ସୁନାର ଏଭଳି ଦରବୃଦ୍ଧିରେ କିଭଳି ବେପାର କରିବେ, ସେ ଚିନ୍ତାରେ ବ୍ୟବସାୟୀ।

Advertisment

ବଜାର ବିଶେଷଜ୍ଞଙ୍କ କହିବା କଥା, ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁ ଷ୍ଟକ୍ ବଜାର ଅପେକ୍ଷା ସୁନାରେ ପୁଞ୍ଜି ନିବେଶକୁ ସୁରକ୍ଷିତ ମଣୁଛନ୍ତି ନିବେଶକ। ଏପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସିବା କାରଣରୁ ଆମଦାନି ଉପରେ ନିର୍ଭରଶୀଳ ଭାରତରେ ଆହୁରି ମହଙ୍ଗା ହେଉଛି ସୁନା। ଏ ସ୍ଥିତି ଆଗକୁ ଆହୁରି କିଛି ଦିନ ଜାରି ରହିବ। ଏମିତିକି ୨୪ କ୍ୟାରେଟ ସୁନା ଦାମ ୭୫ ହଜାର ଓ ୨୨ କ୍ୟାରେଟ୍ ୭୦ ହଜାର ଟଙ୍କା ଛୁଇଁବା ଆଶଙ୍କାକୁ ବି ଏଡ଼ାଯାଇ ନପାରେ ବୋଲି ଚେତେଇ ଦେଲେଣି ବିଶେଷଜ୍ଞ।

ମାର୍ଚ୍ଚ ପହିଲାରୁ ଆଜି ସୁଦ୍ଧା, ଅର୍ଥାତ ପ୍ରାୟ ମାସକ ଭିତରେ ସୁନା ମୂଲ୍ୟ ପ୍ରାୟ ସାଢ଼େ ୬ ହଜାର ଟଙ୍କାରୁ ଅଧିକ ମହଙ୍ଗା ହେଲାଣି।

୭୦ ହଜାର ୬୦୦ ଟପିଲା ଖାଣ୍ଟିସୁନା
୨୨ କ୍ୟାରେଟ୍ ଦର ୬୫ ହଜାର ମୁହାଁ
୪ ଦିନରେ ମହଙ୍ଗା ହେଲାଣି ୨ ହଜାର ଟଙ୍କା
୭୫ ହଜାର ଡେଇଁପାରେ ୨୪ କ୍ୟାରେଟ ସୁନା ଦର

Gold Price Hike
Advertisment
Advertisment