ସଂକ୍ଷେପରେ ଆଜିର ତାଜା ଖବର - Monday, 19 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୬୦ ସିଟ୍‌ ପାଇଁ ପ୍ରର୍ଥୀ ଘୋଷଣା କରିବ କଂଗ୍ରେସ, MLA ସିଟ୍ ପାଇଁ ୩୦୦୦ ଆଶାୟୀ

ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି। More

‘ଅବ କି ବାର ଚାର୍ ଶୋ ପାର୍’ ! ଓଡ଼ିଶା ବଜେପିକୁ ବଡ଼ ଟାସ୍କ ମୋଦି

କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା । More

ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା। More

ରାଜଧାନୀରେ ରହିବାକୁ ଲାଗିଲାଣି ଡର, ଘର ଛାଡ଼ି ଗଲାମାନେ ହେଉଛି ଚୋରି..!

ଚୋରଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଷ୍ଟର ମାରିଥିଲା ପୋଲିସ, ହେଲେ ସେମିତି କିଛି ସଫଳତା ପାଇନଥିବା ଅଭିଯୋଗ ହୋଇଛି । More

ବରପଦା ଇଞ୍ଜିନିୟରିଂ କଲେଜ ଆଗରେ କର୍ମଚାରୀଙ୍କ ହଙ୍ଗାମା

କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ମୁତୟନ କରାଯାଇଛି। More

ଅଂଶୁମାନଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେଡିରେ ବଢ଼ିଲା ଅସନ୍ତୋଷ

ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଭୁବନେଶ୍ୱରରେ ଅଂଶୁମାନଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ସହଜରେ ହଜମ କରି ପାରୁନାହାନ୍ତି। More

ବଦଳିଲା ଆଞ୍ଚଳିକ ପାସପୋର୍ଟ ଅଫିସ୍‌ ଠିକଣା, ଜାଣନ୍ତୁ କେଉଁଠି ଖୋଲିଲା ନୂଆ କାର୍ଯ୍ୟାଳୟ ...

ନୂଆପଲ୍ଲୀରେ ଥିବା ଏହି ପାସ୍‌ପୋର୍ଟ ଅଫିସ୍‌ ଏବେ ରସୁଲଗଡ଼ସ୍ଥିତ ଓଡ଼ିଶା ବିଜନେସ୍‌ ସେଣ୍ଟର କୋଠାରେ ରହିବ। More

ଟାର୍ଗେଟ ୧୦୦ ଦିନ... ଲକ୍ଷ୍ୟ ଅବ୍ କି ବାର୍ ୪୦୦ ପାର୍

ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଫେରିଲେ ବିଜେପି ନେତା । ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । More

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

କଂଗ୍ରେସରୁ ଇସ୍ତଫା ନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ନବୀନ। More

ମୃତ ଭାବି ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର, ୨୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଦୀର୍ଘ ବର୍ଷ ହେଲା କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା ବି ସାରି ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୫ ବର୍ଷ ପରେ ଘରକୁ ଫେରିଛନ୍ତି ଜଣେ ବୃଦ୍ଧ। More

ମାର୍ଚ୍ଚ ପହିଲା ସୁଦ୍ଧା କଂଗ୍ରେସ ଟିକେଟ୍‌, ପ୍ରଥମ ପର୍ଯ୍ୟାୟରେ ଘୋଷଣା ହେବ ୭୦ଟି ଆସନରେ ଟିକେଟ୍‌

ସାଧାରଣ ନିର୍ବାଚନ ପାଇଁ ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଥିଲା, ଯେଉଁଥିରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଥିଲେ। More

ବାଲିମାଫିଆଙ୍କ ଗୁଣ୍ଡାରାଜ, ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ !

ଜିଲ୍ଲା ଖଣି ଅଧିକାରୀଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଖସି ପଳେଇ ଯାଉଥିବା ବେଳେ ଗାଡ଼ିକୁ ଜବତ କରାଯାଇଛି। More

ରାତି ପାହିଲେ ମାଟ୍ରିକ୍‌ ପରୀକ୍ଷା; ରାଜରାସ୍ତାରେ ଶିକ୍ଷକ, କେମିତି ହେବ ପରୀକ୍ଷା ?

ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ। More

ଅସହ୍ୟ ହେଲା ବାପର ପାପ; ବାରମ୍ବାର ଦୁଷ୍କର୍ମ ପରେ ଝିଅର ଆତ୍ମହତ୍ୟା!

ନବମ ଶ୍ରେଣୀର ନାବାଳିକା ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିବାରୁ ଝିଅର ଆତ୍ମହତ୍ୟା ଅଭିଯୋଗ। More

ସାଲୁଜାଙ୍କୁ ହତ୍ୟା ଧମକ; ୧୫ ଦିନରେ ଖେଳ ସାରିଦେବେ !

ସାଲୁଜାଙ୍କୁ ହତ୍ୟା ଧମକ ନେଇ ସହରର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଯାଇଛି। More

ରାସ୍ତାରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ

ଜଙ୍ଗଲି ରାସ୍ତା ଉପରେ ପଡ଼ି ରହିଥିଲା ବିଦ୍ୟୁତ୍‌ ତାର। ଏହା ଜାଣି ନ ପାରି ସନ୍ଧ୍ୟା ଗଡ଼ିଯିବା ପରେ କାମଦାମ ସାରି ଘରକୁ ଫେରୁଥିବା ୩ ଜଣ ଏହି ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥ ସଙ୍କଟାପନ୍ନ ରହିଛି। More

Panchang Today 19th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କୁମ୍ଭମାସ  ମାଘ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ଅହୋରାତ୍ର, ତିଥି-  ୧୦ ମୀ ଦିବା ୦୮.୫୦ ଗତେ ୧୧ଶୀ, ଘାତଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି More

ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି; ଆଗାମୀ ୩ ଦିନ ଯାଏଁ ଏଭଳି ସ୍ଥିତି

ଓଡିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡ଼ି ଦେଖିବାକୁ ମିଳିଛି। More

ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଦୋକାନ ଘରେ ମହିଳା IIC ଙ୍କୁ ନିର୍ଘାତ ମାଡ଼ !

ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ। More

ଓଲଟିଲା ବରଯାତ୍ରୀ ଗାଡ଼ି, ୨ ମୃତ

ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । More

ରାଜଧାନୀରେ କଳାକନା ବୁଲାଇଲେ ଚୋର...ଝରକା ଭାଙ୍ଗି ନେଇଗଲେ ସୁନା ଗହଣା...

ରାଜଧାନୀରେ ପୁଣି କଳାକନା ବୁଲାଇଲେ ଚୋର...ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି...କପିଳପ୍ରସାଦ କେଳୁଚରଣ ଲେନ୍- ୫ର ଧ୍ରୁବ ପାତ୍ରଙ୍କ ଘରୁ ଚୋରି । More

ନୂଆ ଓ’, ମେଧାବୃତ୍ତି ପରେ ଏବେ ଓଡ଼ିଶା ଦର୍ଶନ, ଛାତ୍ରଛାତ୍ରୀଙ୍କୁ ସାରା ରାଜ୍ୟ ବୁଲାଇବ ଉଚ୍ଚଶିକ୍ଷା ବିଭାଗ

ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର। ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଓଡ଼ିଶା ଦର୍ଶନ ଯୋଜନା। More

ଧୂଆଁବାଣ ସାଜିଛି ନେତାଙ୍କ ପ୍ରତିଶ୍ରୁତି...ପୋଲ ନଥିବାରୁ ନାକେଦମ୍ ହେଉଛନ୍ତି ଗାଁ ଲୋକେ...

ଧୂଆଁବାଣ ସାଜିଛି ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି...ନାକଟିଦେଉଳ ବ୍ଲକ ସାଲେଭଟାର ଟିକିରା ନଈରେ ପୋଲ ନାହିଁ...ପୋଲ ନଥିବାରୁ ନାକେଦମ୍ ହେଉଛନ୍ତି ୯ ଖଣ୍ଡ ଗାଁ ଲୋକେ... More

'ଅ'ରେ ଅରଟ, 'ଆ'ରେ ଆତ ନାଁ... 'ଅ'ରେ ଅନ୍ଧାର, 'ଆ'ରେ ଆଉଟୁପାଉଟୁ

ଚାରିଆଡ଼େ କିଟି କିଟି ଅନ୍ଧାର... ଦୀପ ଜାଳି ମିଞ୍ଜି ମିଞ୍ଜି ଆଲୁଅରେ ଅକ୍ଷର ଚିହ୍ନୁଛନ୍ତି କୁନିକୁନି ପିଲା । ବହିରେ ସିନା 'ଅ'ରେ ଅରଟ, 'ଆ'ରେ ଆତ... ହେଲେ ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ବସ୍ତିର ପିଲାଙ୍କ ପାଇଁ 'ଅ'ରେ ଅନ୍ଧାର... 'ଆ'ରେ ଆଉଟୁପାଉଟୁ । More