ସଂକ୍ଷେପରେ ଆଜିର ତାଜା ଖବର - Sunday, 11 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦ୍ୱିତୀୟ ଈଶ୍ୱର ଡାକ୍ତର. ଚମ୍ପେଶ୍ୱର; ବଣ୍ଡାଘାଟିର ବଦଳାଇ ଦେଲେ ସ୍ୱାସ୍ଥ୍ୟ ସେବା ଚିତ୍ର

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ । More

ବିଜେଡିକୁ ଭାରି ପଡ଼ିବ କି ଜନଜାତି ଭୋଟ୍ ? ଦଳ ଛା଼ଡୁଛନ୍ତି ଜଣଙ୍କ ପରେ ଜଣେ ଆଦିବାସୀ ଚେହେରା

ବିଜେଡିରୁ ମୁହଁ ଫେରାଉଛନ୍ତି ଆଦିବାସୀ ନେତା। ଆମଦାନୀ ହେଉଛନ୍ତି କର୍ପୋରେଟ ଚେହେରା। ପ୍ରଶାସନିକ ବାବୁଙ୍କୁ ଦିଆଯାଉଛି ପ୍ରଧାନ୍ୟ। More

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌; ୫ ଶ୍ରମିକ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର

ଆଜି ଜୁନାଗଡ ଥାନା ଆଟିଗାଁ ଅଞ୍ଚଳକୁ ପ୍ରାୟ ୬୦ଜଣ କୄଷି ଶ୍ରମିକ ବୋରଗୁଡା ଗ୍ରାମରେ ଧାନରୁଆ ପାଇଁ ଆସିଥିଲେ । ସଂଧ୍ୟାରେ ସେମାନେ ଘରକୁ ଫେରୁଥିବା ସମୟରେ ଡୋକରୀପଡା ଛକରେ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା । More

କାମ ଦେବ ତ ଭତ୍ତା ଥୋପ ? ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହିତାଧିକାରୀ ନାଖୁସ୍

ମାତ୍ର ଦିଇଟା ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ ୫ ଶହ ଟଙ୍କା ବୃଦ୍ଧି କରିଛନ୍ତି ସରକାର। More

ଆସିଲା ପରୀକ୍ଷା ଋତୁ; ଚାପ କମାଇବାକୁ ଗଣଶିକ୍ଷା ବିଭାଗର ‘ଟେଲି ମାନସ’ ବ୍ୟବସ୍ଥା

ଆସିଲା ପରୀକ୍ଷା ଋତୁ । ଚିନ୍ତାରେ ଅଭିଭାବକ, ଚାପରେ ପରୀକ୍ଷାର୍ଥୀ । CBSE , I CSE ଠାରୁ ଆରମ୍ଭ କରି ରାଜ୍ୟ ବୋର୍ଡ ପରୀକ୍ଷା ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । More

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ୟା ବିବାହ ସହାୟତା ରାଶିକୁ ୨୫ ହଜାର, ସିଜିନାଲ କର୍ମଚାରୀଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ରେଢ଼ାଖୋଲରେ ଆୟୋଜିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । More

ପଞ୍ଚଭୂତରେ ଲୀନ ହେଲେ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ହେଉଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଂଜାମ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି । More

Sports: ଭାରତରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣନୀତି

ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବା ପରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ମାଟିରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣନୀତି? ବିଫଳ ହେବେ କି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍‌? More

ଚାଲିଗଲେ ସାତକଡ଼ି ହୋତା...୯୫ ବର୍ଷରେ ପରଲୋକ

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ପରଲୋକ । More

ପରୀକ୍ଷା ବେଳେ ଚାପରେ ରହୁଛନ୍ତି କି ? ଜାରି ହେଲା ଟୋଲ ଫ୍ରି ନମ୍ବର ୧୪୪୧୬

ଟେଲିମାନସ ୧୪୪୧୬କୁ ସ୍କୁଲ ସ୍ତରରେ ବିତରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। More

ନୂଆ ରୂପରେ ପାଇବ ବାଲେଶ୍ୱର ଷ୍ଟେସନ; ଦେଖିବାକୁ ମିଳିବ ଓଡିଶାର କଳା ସଂସ୍କୃତିର ଝଲକ

ଷ୍ଟେସନରେ ୧୪ଟି ଲିଫ୍ଟ, ୬ଟି ଏସକାଲେଟର, ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍ ସହ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବା ପାଇଁ ୩ ଫୁଟର ଓଭର ବିଜ୍ ନିର୍ମାଣ କରାଯିବ। More

ଜୟପୁରରେ ବାହୁବଳୀ ହିରୋଇନ୍‌ ଅନୁଷ୍କା ସେଟ୍ଟୀ; ଦେଓମାଳୀରେ ଚାଲିଛି ଫିଲ୍ମ ସୁଟିଂ

କୋରାପୁଟ ଜୟପୁର ସହରରେ ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଏକ ଫିଲ୍ମର ସୁଟିଂ ଲାଗି ଅନୁଷ୍କା ଏବେ ଜୟପୁରରେ। More

ଶେଷଯାତ୍ରାରେ ସୁଜ୍ଞାନ କୁମାରୀ ଦେଓ; ଦିନ ୧୨ ପର୍ଯ୍ୟନ୍ତ ଶେଷ ଦର୍ଶନ

ଆଜି ସକାଳୁ ସକାଳୁ ରାଣୀ ମା ଙ୍କୁ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବୟସ ଓ ବର୍ଗର ଲୋକେ। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଶେଷ ଦର୍ଶନର ସୁଯୋଗ ରହିବ। More

Panchang Today 11th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୧୧ତାରିଖ ରବିବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି- ୨ୟା ରାତ୍ରି ୦୯.୦ ଗତେ ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୦୯ ଗତେ ୧ ପାଦ- କୃଷିହାନି-ଭୂମିଦାନ ସନ୍ଧ୍ୟା ୦୫.୩୯ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ More

ନବୀନ ବ୍ରାଣ୍ଡର ବ୍ୟାଗ୍ ବଣ୍ଟାକୁ ନେଇ ତେଜିଲାଣି ବିରୋଧ, କେଉଁଠି ପୋଡ଼ି ତ କେଉଁଠି ହଙ୍ଗାମା

କେଉଁଠି ପୋଡ଼ି... କେଉଁଠି ପ୍ରତିବାଦ- ହଙ୍ଗାମା। ଭିନ୍ନ ଢଙ୍ଗରେ, ଭିନ୍ନ ବାଗରେ ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ। More

ଆଦିବାସୀଙ୍କ ସମ୍ପତ୍ତି ପାଇଁ ଚକ୍ରାନ୍ତ; କାମ କରୁଛି ବଡ଼ ରାକେଟ, ରାତି ଅଧିଆ ବଦଳି ଯାଉଛି ପଟ୍ଟା

ଆଦିବାସୀଙ୍କ ଭୂ-ସଂପତ୍ତି ହାତେଇବାକୁ ବଡ଼ ଚକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ କାମ କରୁଛି ଏକ ବଡ଼ ରାକେଟ୍ । ଖତିଆନ ଠାରୁ ପଟ୍ଟା ପର୍ଯ୍ୟନ୍ତ ରାତି ଅଧିଆ ସବୁ କିଛି ବଦଳି ଯାଉଛି । More

ଭୁବନେଶ୍ୱରରେ ରାଣୀ ସୁଜ୍ଞାନଙ୍କ ପାର୍ଥିବଶରୀର; ଆସନ୍ତାକାଲି ଖଲ୍ଲିକୋଟରେ କରାଯିବ ଶେଷକୃତ୍ୟ

ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ ଖଲ୍ଲିକୋଟ ସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ । More

୪ ସେକେଣ୍ତରେ ୯ ଲକ୍ଷ ଗାଏବ...ଚୋରଙ୍କ କବଜାରେ ରାଜଧାନୀ ବିବାହ ମଣ୍ତପ

ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ । More

୩ ରାଜ୍ୟସଭା ସିଟ୍ ପାଇଁ କାହାକୁ ବାଛିବ ବିଜେଡି ? ଆଗରେ ସନ୍ତୃପ୍ତ ମିଶ୍ର ଓ ପିନାକୀ

ରାଜ୍ୟସଭା ରେସ୍ ପାଇଁ ଏକାଧିକ ଆଶାୟୀ। ଅଙ୍କ କଷୁଛି ବିଜେଡି। ନାଁ କୁ ନେଇ ବଢୁଛି ଚର୍ଚ୍ଚା। କେଉଁ ବର୍ଗକୁ ଟିକଟ୍ ଦେଲେ ସାଧାରଣ ନିର୍ବାଚନରେ ଦଳକୁ ମିଳିବ ଫାଇଦା ତାକୁ ଦିଆଯାଉଛି ଗୁରୁତ୍ୱ। More