/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707619493.jpg)
V Sugnana Kumari Deo
୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ଆଜି ହେବ ଶେଷକୃତ୍ୟ। ଗଂଜାମ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ। ଗତ ମଧ୍ୟ ରାତ୍ରିରେ ପାର୍ଥିବ ଶରୀରକୁ ପ୍ରଥମେ ରମ୍ଭା ରାଜପ୍ରାସାଦକୁ ନେଇ ପରେ ଖଲ୍ଲିକୋଟ ବାସଭବନକୁ ନିଆଯାଇଥିଲା। ସେଠାରେ ବହୁ ବିଧାୟକ, ମନ୍ତ୍ରୀ, ସମର୍ଥକ ଓ ଅଞ୍ଚଳବାସୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।
ଆଜି ସକାଳୁ ସକାଳୁ ରାଣୀ ମା ଙ୍କୁ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବୟସ ଓ ବର୍ଗର ଲୋକେ। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଶେଷ ଦର୍ଶନର ସୁଯୋଗ ରହିବ। ପରେ ଏକ ଶୋଭାଯାତ୍ରାରେ ନିଆଯାଇ ରାଜ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ।
ଗତକାଲି ତାଙ୍କ ମରଶରୀରକୁ ସ୍ବତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଥିଲା। ବିମାନବନ୍ଦରରୁ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି କାର୍ଯ୍ୟାଳୟ ଅଣାଯାଇଥିଲା। ସେଠାରେ ଦଳୀୟ ନେତା ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସୁଜ୍ଞାନଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତି ଓ ବିଧାୟକମାନେ ଶ୍ରଦ୍ଧାଂଜଳି ଦେଇଥିଲେ। ପରେ ତାଙ୍କ ମର ଶରୀରକୁ ଖଲ୍ଲିକୋଟ ନିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)